ବୁଢ଼ୀପଦର ପଞ୍ଚାୟତରେ ସମ୍ବିଧାନ ଦିବସ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତର ମାନ୍ୟତା ପାଇଥିବା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ପଞ୍ଚାୟତ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦେଇ ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଡ଼ିଓ ଅକ୍ଷୟ ପାଣି ଉଡ଼ୁ, ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ପାଢ଼ୀ, କନିଷ୍ଠ ଯନ୍ତ୍ରୀ କେଦାରନାଥ ମେହେର, ଜିପିଡିଓ ହେମନ୍ତ କୁମାର ଭୋଇ, ନିର୍ବାହୀ ଅଧିକାରୀ ପ୍ରହଲ୍ଲାଦ ବେହେରା, ସମାଜସେବୀ ଯୁଧିଷ୍ଠିର ପଧାନଙ୍କ ସମେତ ଏମବିକେ, ସିଆରପି ତଥା ସ୍ଵୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.