ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲାର ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଶାସ୍ତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ ଓ ପ୍ରାଧ୍ୟାପକ ରଞ୍ଜିତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ଅବସରପ୍ରାପ୍ତ ଦର୍ଶନ ଶାସ୍ତ୍ର ପ୍ରାଧ୍ୟାପକ ଆଞ୍ଜେଲୁସ୍ ଡୁଙ୍ଗଡୁଙ୍ଗ୍ ଯୋଗ ଦେଇଥିଲେ । ଅତିଥିମାନେ ଆଲୋଚ୍ୟ ଦିବସର ମହତ୍ୱ ସହ ପ୍ରାଚ୍ୟ-ପାଶ୍ଚାତ୍ୟ ଦର୍ଶନ ଶାସ୍ତ୍ରର କ୍ରମ ବିକାଶ ସମ୍ପର୍କରେ ବିଶେଷ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପିକା ଶ୍ରଦ୍ଧାଞ୍ଜଳି ସାହୁ । ସମ୍ପାଦ କଥନ ରଖିଥିଲେ ବିଭାଗୀୟ ମୁଖ୍ୟା ଭାରତୀ ବରୱା । ଏହି ଅବସରରେ ବିଭିନ୍ନ ବିଭାଗର ଅଧ୍ୟାପିକା-ଅଧ୍ୟାପକ ରଶ୍ମିପ୍ରଭା ମଥାନ, କରୁଣାକର ପାଟ୍ଟଶାଣୀ, ଇପ୍ସିତା ପଣ୍ଡା, ପୁନମ୍ ଖଣ୍ଡେଲୱାଲ, ସନ୍ତୋଷ ରଜକ, ସ୍ୱାତି ସ୍ମିତା ସାହୁ, ପ୍ରୀତି ଦୀକ୍ଷିତ, କାନ୍ତି କୁମାରୀ, ନନ୍ଦିତା କୁମାରୀ ପ୍ରମୁଖ ଆଲୋଚନା ଚକ୍ରରେ ସହଭାଗୀ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିନାୟକ କର, ଶେଫାଳି ନାୟକ, ଅଞ୍ଜଳି କିଡୋ, ରେଶମୀ ସିଂ, ସଂଜନା ବାର୍ଲା, କ୍ୟାହତିନ୍ କେରକେଟା, ଲିଜା ସାହୁ । ଶେଷରେ ଅଧ୍ୟାପକ ସୁମନ ଡୁଙ୍ଗଡୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।