ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ଠାରେ ଥିବା ପୂର୍ଣ୍ଣଚନ୍ଦ୍ର ପାଠାଗାରରେ ଆଦ୍ୟାଶନ୍ତି ନାରୀ ସଂଗଠନ ତରଫରୁ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ସହିତ ନୂଆଁଖାଇ ଭେଟ ଅନୁଷ୍ଠିତ ହୋଇଯାଇଛି । ସଭାପତି ମାଳତି ଉଦ୍ଗାତା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉପଦେଷ୍ଟା ମଦନ ମୋହନ ରଥ ଓ ଚୁଡେନ୍ଦ୍ର ବେହେରା, ସୁନାଧର ବନଛୋର ଏବଂ ଧର୍ମବ୍ରତ ରଥ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରେଭେନ୍ସା କଲେଜର ପୂର୍ବତନ ଅଧ୍ୟକ୍ଷା ଆରତୀ ତ୍ରିପାଠି ଏବଂ କୁମୁଦିନୀ ମିଶ୍ର କନ୍ୟା ସନ୍ତାନର ଆବଶ୍ୟକତା ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା ଉପରେ ବକ୍ତବ୍ୟ ରଖିଥିଲେ । ଚିଟ୍ ଗେମ୍, ଅନ୍ତାକ୍ଷରୀ, ଭଜନ ଓ ନୃତ୍ୟ ପ୍ରଭୃତି କାର୍ଯ୍ୟକ୍ରମକୁ ଆରତୀ ମିଶ୍ର ଓ ରାଜଶ୍ରୀ ତ୍ରିପାଠୀ ସଂଯୋଜନା କରିଥିଲେ । ନିହାରିକା ମିଶ୍ର, ନିରୁପମା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର ଓ ସଂଯୁକ୍ତା ମିଶ୍ର ନୂଆଁଖାଇ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ମୀନତି ଗୁରୁ ଏକକ ଅଭିନୟ କରିଥିବା ବେଳେ କୁନି କଳାକାର ସୃଜନୀ ଶୁଭଲକ୍ଷ୍ମୀ ଆବାହନୀ ସଂଗୀତ ଗାନ କରିଥିଲେ । ମାଧୁରି କୁଅଁର, ସଂଗୀତା ମିଶ୍ର, କୁମୁଦିନୀ ପୃଷ୍ଠି, ବାସନ୍ତୀ ଦାସ, କଲ୍ଲୋଳିନୀ ମିଶ୍ର, ମିନାକ୍ଷୀ ଗୁରୁ, ସରୋଜା ମାଝି, ପୁଷ୍ପଲତା ମିଶ୍ର, ସସ୍ମିତା ଖମାରୀ, ସୁନିତା ରଥ, ମାମୀ ସିଂହଦେଓ, ସ୍ୱର୍ଣ୍ଣମୟୀ ମିଶ୍ର, ଚିନ୍ମୟୀ ଉଦ୍ଗାତା, ବିଣାପାଣି ଆଚାର୍ଯ୍ୟ, ଦିପ୍ତିମୟୀ ମିଶ୍ର, ରଶ୍ମି ପାତ୍ର, ସୁଷମା ଦାସ, ତପସ୍ୱିନୀ ପଶାୟତ ଓ ଭାଗବତୀ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସଂପାଦିକା କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post