ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ପ୍ରମୁଖ ଯୋଗଦେଇ ପ୍ରଥମେ ନାଗରିକ ମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ବରିଷ୍ଠ ନାଗରିକ ମାନଙ୍କୁ ନିଜ ହାତମୁଠା ଟାଣ କଲେ ହିଁ ଘରର ସଦସ୍ୟମାନେ ବରିଷ୍ଠ ମାନଙ୍କର ଯତ୍ନ ନେବେ ବୋଲି ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ବରିଷ୍ଠ ସଦସ୍ୟ ସମେତ ଅଙ୍ଗନୱାଡି ଓ ବ୍ଲକ କର୍ମଚାରୀମାନେ ଉପସ୍ଥିତ ଥିଲେ ।