ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୩୫ତମ ପ୍ରତିଷ୍ଠା ଦିବସ ପାଳିତ

ପୁଇଁତଲା : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମହିମୁଣ୍ଡା ୧୯ ସେପ୍ଟେମ୍ବରରେ ତାର ୩୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଅନୁଷ୍ଠାନର ମୁଖ୍ୟ ଦୁର୍ଯ୍ୟୋଧନ ପ୍ରଧାନଙ୍କ ସଭାପତିତ୍ୱରେ ପ୍ରତିଷ୍ଠାତା ସଦସ୍ୟ ରମାରଞ୍ଜନ ପଧାନ, ଲୋକନାଥ ପ୍ରଧାନ, ରାମ ପ୍ରସାଦ ବିଶ୍ଵାଳ, ଛନ୍ଦା ଚରଣ ବିଶ୍ଵାଳ, ରାଜେନ୍ଦ୍ର ବିଶ୍ଵାଳ, ପୂର୍ବତନ କର୍ମଚାରୀ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରଞ୍ଜିତା ଭୋଇ ମଞ୍ଚାସୀନ ଥିଲେ । ଅତିଥିଗଣ ଅତୀତ ଗାଥାକୁ ସ୍ମୃତିଚାରଣ କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମତବ୍ୟକ୍ତ କରିଥିଲେ । ପ୍ରତିଷ୍ଠାତା ସଦସ୍ୟ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଶଙ୍କର ପ୍ରସାଦ ବିଶ୍ଵାଳ ଅନୁଷ୍ଠାନରେ ବିଜ୍ଞାନ ବିଭାଗ ଖୋଲିବା ପାଇଁ ମତବ୍ୟକ୍ତ କରି ୫୦୦ ଟଙ୍କା ସହାୟତା ରାଶି ଭାବରେ ପ୍ରଦାନ କରିଥିଲେ । ଅଧ୍ୟାପକ ଡ. ଜଗନ୍ନାଥ ସାହୁ ସଭା ପରିଚାଳନା କରିଥିବା ବେଳେ ପି.ଜି. ଟି. ରାଜନୀତି ବିଜ୍ଞାନ ଶିକ୍ଷକ ସୁବ୍ରତ ସୁନା ଧନ୍ୟବାଦ୍ ଅର୍ପଣ କରିଥିଲେ । ‘ମା କେ ନାମ ଏକ ପେଡ’ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଥିବା ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏ ଅବସରରେ ପୁରସ୍କୃତ କରାଯାଇଥିଲା । ସାମୂହିକ ଭୋଜନ ପରେ ସାଂସ୍କୃତିକ ବିଭାଗ ତରଫରୁ ପି.ଜି. ଟି. ଶିକ୍ଷୟତ୍ରୀ ରିଙ୍କି ସେଠ୍‌ଙ୍କ ତତ୍ତ୍ଵାବଧାନରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସମସ୍ତ ଅଧ୍ୟାପକ, ଅଣ-ଅଧ୍ୟାପକ ତଥା ଛାତ୍ରଛାତ୍ରୀଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ଦିବସଟି ସାଫଲ୍ୟ ମଣ୍ଡିତ ହେଲା ।

Leave A Reply

Your email address will not be published.