ପାଇକମାଲ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟର ଅଡିଟୋରିଅମରେ ବିଦ୍ୟାଳୟ ସ୍ତରୀୟ ହିନ୍ଦୀ ଦିବସ ପ୍ରଧାନ ଶିକ୍ଷକ ଡ. ଦ୍ଵାଦଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୂର୍ବତନ ହିନ୍ଦୀ ଶିକ୍ଷକ ପୂର୍ଣ୍ଣାରାମ ସା ଯୋଗଦାନ କରି ହିନ୍ଦୀ ଭାଷାର ବିକାଶରେ ସମସ୍ତଙ୍କୁ ଯୋଗଦାନ କରି ଏହାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ୧୬୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରି ସମ୍ମାନିତ କରିଥିଲେ । ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଶିବମ ନାୟକ ସଂଯୋଜନା କରିଥିଲେ । ସୁଦାମ ପାଣ୍ଡେ, ଅମିତ ସାହୁ, ନିରୁପମା ସାହୁ, ଲଲିତ କୁମାର ବିଶ୍ୱାଳ, ରଜତ କୁମାର ସାହୁ, ଛବିଳ ସେଠ୍ ସହଯୋଗ କରିଥିଲେ । ଯଶୋବନ୍ତ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.