ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଷ୍ଟୀୟ ହିନ୍ଦୀ ଦିବସ ୨୦୨୫ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେସିଙ୍ଗା ପରିସରରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ -୨୦୨୫ ପାଳିତ ହୋଇଯାଇଛି । ଏହି ସମାରୋହରେ ହିନ୍ଦୀ ଶିକ୍ଷକ କହ୍ନେଇଲାଲ୍ ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ । ଶ୍ରୀ ବେହେରା ହିନ୍ଦୀ ଭାଷାକୁ ଭଲ ପାଇବା ସହ ନିଜ ଦୈନନ୍ଦିନ ଜୀବନରେ ବ୍ୟବହାର କରିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ହିନ୍ଦୀ ଭାଷାର ମହତ୍ତ୍ଵ ବିଷୟରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ପ୍ରତିଯୋଗିତା ମଧ୍ୟରେ କାହାଣୀ ଲିଖନ, ସାଧାରଣ ଜ୍ଞାନ, ଚିତ୍ରକଳା ଓ ଗୀତ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୁଇଛାତ୍ରୀ ଓମିନା ମହାନନ୍ଦ ଓ ସୋନାକ୍ଷୀ ଠାକୁର ସଂଯୋଜନା କରିଥିଲେ ।

Leave A Reply

Your email address will not be published.