centurian jitm

ସଚେତନ ନାଗରିକ ମଞ୍ଚର ୧୨ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ସଚେତନ ନାଗରିକ ମଞ୍ଚ ର ୧୨ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସେକ୍ଟର ୩ସ୍ଥିତ ଖଡ୍ଗ ଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶିଙ୍କ ଅଧ୍ୟକ୍ଷତା, ସାଧାରଣ ସମ୍ପାଦକ ପି ପି ରାୟଙ୍କ ଆବାହକତ୍ଵ ଓ ମୁଖପାତ୍ର ଜଟାଧାରୀ ମାଝୀଙ୍କ ସଂଯୋଜନାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ଡାକ୍ତର ଗୋପବନ୍ଧୁ ବଳ ଓ ଇଂ ଉତ୍ତମ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଲୋଚନା ମଧ୍ୟରେ ମଞ୍ଚର ଆୟ ବ୍ୟୟ, ଚଳିତ ବଜେଟରେ ରାଉରକେଲା ଓ ସୁନ୍ଦରଗଡ ଜିଲ୍ଲାକୁ ଅବହେଳା, ତାଳଚେର ବିମଳାଗଡ ରେଳପଥର ଅଗ୍ରଗତି ଓ ଓକିଲଙ୍କ ତଥ୍ୟ, ଆରଏସପିର ନିର୍ବାଚନ, ଆବଶ୍ୟକ ଭିତ୍ତିଭୂମୀ ମଧ୍ୟ ରାଉରକେଲାରେ ରେଳ ଡିଭିଜନ ନକରିବା, ବେଦବ୍ୟାସକୁ ଜାତୀୟ ତୀର୍ଥସ୍ଥଳୀର ମାନ୍ୟତା ଓ ଝୁଲାପୋଲ, ଏକ ସରକାରୀ ମେଡ଼ିକାଲ କଲେଜ ଯାହା ଜିଲ୍ଲାସ୍ତରୀୟ ମେଡିକାଲର ମାନ୍ୟତା, ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା, ରାଉରକେଲା ବିମାନବନ୍ଦରକୁ ପୂର୍ଣ୍ଣକ୍ଷମ ଓ ୪ସି ମାନ୍ୟତା ପ୍ରଦାନ, ଜିଲ୍ଲା ଏକ ଜନଜାତି ବହୁଳ ଜିଲ୍ଲା ହୋଇଥିବାରୁ ଏକ ଜନଜାତି ଆବାସିକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା, ଆଇଟି ହବ୍, ବୃହତ୍ତର ରାଉରକେଲା ପରିକଳ୍ପନା ନେଇ ଆଉଟର ରିଙ୍ଗ ରୋଡ ନିର୍ମାଣ, ମହର୍ଷି ବ୍ୟାସଦେବଙ୍କ ନାମରେ ଏକ ଲାଇବ୍ରେରୀ ଓ ଆର୍ଯ୍ୟ ସାଧନା, ଏୟାର ପୋର୍ଟକୁ ବ୍ୟାସଦେବଙ୍କ ନାମରେ ନାମିତ, ହାଉସିଂ ପ୍ରୋଜେକ୍ଟ, ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟ ନେଇ ଉପସ୍ଥିତ ବୁଦ୍ଧିଜୀବୀ ଓ କର୍ମକର୍ତ୍ତା ମାନେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ନଳିନୀକାନ୍ତ ଧର, ଅମୂଲ୍ୟ ବରାଳ, ଉପେନ୍ଦ୍ର କୁମାର ନାୟକ, ଡା ବସନ୍ତ କୁମାର ଦାସ, ଚିତ୍ତରଞ୍ଜନ ଦାସ, ଦିଗମ୍ବର ମହାନ୍ତି, ଚନ୍ଦ୍ରଶେଖର ଶତପଥୀ, ନିତ୍ୟାନନ୍ଦ ଦାଶ, ଗଙ୍ଗାଧର ଦାଶ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶେଷରେ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ସୁବ୍ରତ ମଲ୍ଲିକ, ରମେଶ ମହାନ୍ତି, ପ୍ରମୋଦ ଜଗଦ୍ଦେବ, ବିଷ୍ଣୁ ଚରଣ ସାମଲ, ଉମାଶଙ୍କର ତିୱାରୀ, ଅଟମ ରଥ, ଅମୂଲ୍ୟ ରାଉତ, ଅକ୍ଷୟ ଦାସ, ଅରୁଣ କୁମାର ପରିଡ଼ା, ଶଶିଧର ପାତ୍ର, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ସସ୍ମିତା ପ୍ରଧାନ, ଭୁବନାନନ୍ଦ ବେହେରା, ଶାନ୍ତନୁ ମୁଦାଲି, ଜ୍ୟୋତିର୍ମୟ ଆଚାର୍ଯ୍ୟ, କମ୍ୟୁନିଷ୍ଟ ଗୈାଡ, ଛୋଟରାୟ ରଞ୍ଜିତ ନାୟକ, ରଜନୀକାନ୍ତ ସ୍ୱାଇଁ, ଅକ୍ଷୟ ଜେନା, ତରୁଣ ବେହେରା, ଦେବରାଜ ଗୈାଡ, ଭାଗିରଥି ଗୈାଡ, ଦୀନବନ୍ଧୁ ନାୟକ, ପ୍ରଦୀପ ପାତ୍ର, ପ୍ରୀତମ ମହାନ୍ତି, ରମେଶ ସେଠୀ, ଦିଲ୍ଲିପ ଜେନା, ନାରାୟଣ ସିଂହ, କୁଞ୍ଜବିହାରୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ବିଶି ସ୍ୱାଗତ ଭାଷଣ ଓ ସମ୍ପାଦକ ଶ୍ରୀ ରାୟ ଅନୁଷ୍ଠାନର ଆଭିମୁଖ୍ୟ ଓ ଗତ ବାର୍ଷିକ ଉତ୍ସବର ସଫଳତା ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ।

Leave A Reply

Your email address will not be published.