centurian jitm

ବିଶ୍ଵନାଥଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠରେ ଶିଶୁ ଦିବସ ପାଳିତ

nschool

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ଵନାଥଦେବ ନୋଡାଲ ଉଚ୍ଚ ବିଦ୍ୟାପୀଠ ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପିଲାମାନେ ଚାଚା ନେହେରୁଙ୍କ ଫଟୋରେ ପୁଷ୍ପ ଚନ୍ଦନ ପ୍ରଦାନ କରିଥିଲେ ଓ ସଭାକାର୍ଯ୍ୟରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା, ହସ୍ତାକ୍ଷର ପ୍ରତିଯୋଗିତା, କୌତୁକ ପୋଷାକ ପ୍ରତିଯୋଗିତା କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ନୃତ୍ୟ, ସଙ୍ଗୀତ ପରିବେଷଣ କରାଯାଇଥିଲା । ପ୍ରଧାନ ଶିକ୍ଷକ ପର୍ଶୁରାମ ଜେନା ଶିଶୁ ମାନଙ୍କୁ ଦୁନିଆର ଛୋଟ କଳି ଆଗାମୀ ଭବିଷ୍ୟତର ସମ୍ଭାବନା ଉନ୍ନତ ନାଗରିକ ହୋଇ ଆଗେଇ ଆସିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜିକା ଶିକ୍ଷୟିତ୍ରୀ, କବି ଲେଖିକା ସମାଜସେବୀ ଲକ୍ଷ୍ମୀପ୍ରିୟା ଦାଶ ଶିଶୁ ହସିଲେ ଦୁନିଆ ହସେ ପ୍ରେରଣା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ ଓ କୃତ୍ତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହିତ କିଶୋରୀ କିଶୋର ମାନଙ୍କୁ ଚାରା ବୃକ୍ଷ ଉପହାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ଦିଲ୍ଲୀପ କୁମାର ବେହେରା, ଦିବାକର ସେଠୀ, କେଶିରାମ ହେମ୍ବ୍ରମ, ଅର୍ଚ୍ଚନା ସାହୁ, ସରୋଜିନୀ ଦାସ, ଦେବକୀ ଦାଶ, ମୋନାଲିସା ସାହୁ, ଶାନ୍ତ ସବର, ରାଜେନ୍ଦ୍ର ଗମାଙ୍ଗ ପ୍ରମୁଖ ପ୍ରଭୃତି ସହାୟତା କରିଥିଲେ । ପରିଶେଷରେ ଶିକ୍ଷୟିତ୍ରୀ ସରିତା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!