ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ମହାସଂଘ ବଲାଙ୍ଗିର ତରଫରୁ ଶିକ୍ଷକ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩ ଜାନୁୟାରୀ ଜ୍ଞାନଜ୍ୟୋତି ମାତା ସାବିତ୍ରୀ ବାଈ ଫୁଲେ ଜନ୍ମ ଦିନକୁ ଜ୍ଞାନ ଜ୍ୟୋତି ମାତା ସାବିତ୍ରୀ ବାଈ ମହାସଂଘ ବଲାଙ୍ଗିର ତରଫରୁ ଶିକ୍ଷକ ଦିବସ ରୂପେ ଜିଲ୍ଲା ଯାଦବ ଭବନରେ ପାଳିତ ହୋଇଯାଇଛି । ସଂଘର ପ୍ରତିଷ୍ଠାତା ଧିମତି ରୁପାଲୀ ମହାନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ବ୍ଲକ ଉପ-ଶିକ୍ଷା ଅଧିକାରୀ କୈଳାସ କୁମ୍ଭାର ଓ ସଂଘ ସଭାନେତ୍ରୀ କୌଶଲ୍ୟା କୁମ୍ଭାର, ବାସୁଦେବ ମୁଗ୍ରୀ, ରଘୁନାଥ ମୁଗ୍ରୀ, ରୁକ୍ମଣୀ ନାଗ, ମମତା ଦୀପ ମଂଚାସିନ ଥିଲେ । ଜୟନ୍ତୀ ଉତ୍ସବରେ ଧିମତି ରୁପାଳୀ ମହାନନ୍ଦ, ମାତା ସାବିତ୍ରୀ ବାଈ ଫୁଲେଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ ଉପରେ ବିଶେଷ ଭାବରେ ବର୍ଣ୍ଣନା କରିଥିଲେ । ସାବିତ୍ରୀ ବାଈ ଆଧୁନିକ ଭାରତରେ ପ୍ରଥମ ମହିଳା ଶିକ୍ଷୟତ୍ରୀ ଥିଲେ । ପୁରୁଷ ମାନସିକତା ସମାଜରେ ମାତା ସାବିତ୍ରୀ ବାଈ ଜଣେ ଉଦାହରଣ ଯେ କି ନାରୀ ଶିକ୍ଷା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ । ସାବିତ୍ରୀ ବାଈ ଫୁଲେଙ୍କ ପଥ ଅନୁସରଣ କରି ନାରୀ ସଚେତନତାକୁ ଆଗକୁ ବଢେଇବା ପାଇଁ ବକ୍ତାମାନେ ମତ ରଖିଥିଲେ । ମନୋରମା ଦେବୀ ସଭା ପରିଚାଳନା କରିଥିଲେ ।

Leave A Reply

Your email address will not be published.