centurian jitm

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଦିବସ ଛଅ

nschool

ପଦ୍ମପୁର, (ନିରୋଜ କୁମାର ପାଣୀ) : ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ସମନ୍ଵିତ ଯୁବ ବିକାଶରେ ଆନୁକୁଲ୍ୟରେ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ସାଂସ୍କୃତିକ ସଂସଦ ଦ୍ଵାରା ଆୟୋଜିତ ତୃତୀୟ ଦିବସରେ ନୃତ୍ୟ ପ୍ରତିଯୋଗିତା, ଚିତ୍ରାଙ୍କନ, କାର୍ଟୁନ ଚିତ୍ର, ଗୀତ, ନାଟକ ଓ ଫେନ୍‌ସି ଡ୍ରେସ୍‌ ପ୍ରତିଯୋଗିତା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେନ୍ଦ୍ର କୁମାର ସାହୁ (ପଦ୍ମପୁରର ବିଶିଷ୍ଟ ନୃତ୍ୟ ଗବେଷକ), ଶ୍ରୀ ରମେଶ କୁମାର ଗୁର୍ଲା (ବିଶିଷ୍ଟ ନୃତ୍ୟ ବାଦ୍ୟ ଓ ସଙ୍ଗୀତ ଗୁରୁ, ପଦ୍ମପୁର) ଓ ଶ୍ରୀ ଅଶୋକ କୁମାର ବହିଦାର (ବିଶିଷ୍ଟ ନାଟ୍ୟକାର, ପଦ୍ମପୁର) ବିଚାରକ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ । ମୁଖ୍ୟ ନୋଡାଲ୍‌ ଅଫିସର ଡ. ଚନ୍ଦ୍ରିକା ଭୋଇଙ୍କ ନେତୃତ୍ଵରେ ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଶ୍ରୀମତୀ ଲୋପାମୁଦ୍ରା ନାୟକ କାର୍ଯ୍ୟର ପରିଚାଳନା କରିଥିଲେ । ସୁଶ୍ରୀ ସଂଗୀତା ଗୌନ୍ତିଆ, ଶ୍ରୀମତର କୁନ୍ତଳା ସାହୁ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ସୁଶ୍ରୀ କାଦମ୍ବିନୀ ପାଣିଗ୍ରାହୀ, ଶ୍ରୀମତୀ ମଧୁମିତା ପଧାନ, ବିରେନ୍ଦ୍ର କୁମାର ମେହେର, ଅନିଲ କୁମାର ପୁରୋହିତ, ସୁଶ୍ରୀ ସୋନିଆରାଣୀ ମେହେର, ସୁଶ୍ରୀ ପଦ୍ମିନୀ ପଧାନ, ଧୀରେନ୍ଦ୍ର ବର୍ଗେ, ସୀମିତ କୁମାର ମହାନ୍ତି, ସୁଶ୍ରୀ ଗୀତା ପୁରୋହିତ, ଫକିର ମୋହନ ଭୋଇ, ଗୋବିନ୍ଦ ବେହେରା, ଚୂଡାମଣି ବେହେରା, ରବି ଅମରି, କୃଷ୍ଣ ସାହୁ, ଶ୍ରୀମତୀ ଗୌରୀ ସେଠ୍‌, ଶ୍ରୀମତୀ ଯମୁନା ଗୁର୍ଲା କାର୍ଯ୍ୟକ୍ରମ ରେ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.

error: Content is protected !!