jayashree

ବ୍ରହ୍ମପୁରଠାରେ ଉପଖଣ୍ଡସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରଠାରେ ୭୫ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଖଲ୍ଲିକୋଟ ବିଶ୍ଵ ବିଦ୍ୟାଳୟ ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଟି. ଆଓ(ଭା.ପ୍ର.ସେ), ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ବ୍ରହ୍ମପୁର ଯୋଗ ଦେଇ ସକାଳ ଘ୮.୩୦ମିରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ତାଙ୍କ ଅଭିଭାଷଣରେ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଡ. ବି. ଆର୍‌. ଆମ୍ୱେଦକର ସମ୍ବିଧାନ ପ୍ରଣେତାଙ୍କୁ ସ୍ମରଣ କରିଥିଲେ । ଗାନ୍ଧିଜୀଙ୍କ ଅହିଂସା ନୀତିରେ ଦେଶ ସ୍ୱାଧୀନ ହୋଇଥିଲା । ଅହିଂସା ପରମ ଧର୍ମ ଏବଂ ପ୍ରଗତିର ମୂଳମନ୍ତ୍ର ବୋଲି କହିଥିଲେ । ଜାନୁୟାରୀ ୨୬ ତାରିଖ ଦିନ ପ୍ରାତଃ ୫ ଘଣ୍ଟାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଡାକ ବାଜିଯନ୍ତ୍ର ଦ୍ୱାରା ରାମଧୂନ ପରିବେଷଣ କରି ସହର ପରିକ୍ରମା କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ପ୍ୟାରେଡ୍‌ରେ ସମୁଦାୟ ୩୭ଗୋଟି ପ୍ଲାଟୁନ୍ ଭାଗ ନେଇଥିଲେ । ସିନିୟର୍ ଡିଭିଜନ ଏନ୍.ସି.ସି. ସ୍ତରରେ ପ୍ରଥମ ସ୍ଥାନ ଖଲ୍ଲିକୋଟ ୟୁନିଭର୍‌ସିଟି ନାଭାଲ୍‌ ଓ ସିଟି କଲେଜ ବ୍ରହ୍ମପୁର ଆର୍ମୀ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଜୁନିୟର ଡ଼ିଭିଜନ ଏନ୍.ସି.ସି. ବାଳିକାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଆର୍ମୀ ପ୍ରଥମ, ଡି-ପଲ୍ ସ୍କୁଲ ଆର୍ମୀ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଜୁନିୟର ଡିଭିଜନ ଏନ୍.ସି.ସି. ବାଳକରେ ପ୍ରଥମ ସ୍ଥାନରେ ସେଣ୍ଟ ଜାଭିୟର ହାଇସ୍କୁଲ୍ ଆମ୍ବପୁଆ ଆର୍ମୀ ଓ ଦ୍ୱିତୀୟ ସ୍ଥାନରେ ସିଟି ହାଇସ୍କୁଲ ଏୟାର ୱିଙ୍ଗ । ସ୍କାଉଟ୍ ଓ ଗାଇଡ୍‌ରେ ପ୍ରଥମ ହେଇଛନ୍ତି ମା’ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅରବିନ୍ଦ ନଗର ଏବଂ ଦ୍ୱିତୀୟ ହେଇଛନ୍ତି ସେଣ୍ଟ ଜାଭିୟର ହାଇସ୍କୁଲ, ମୀନାକ୍ଷୀ ନଗର । ସେହିପରି ସବ୍ ଜୁନିୟର ଡିଭିଜନ ସିଭିଲିୟନ୍ ସ୍ତରରେ ପ୍ରଥମ ଗୁରୁନାନକ ପବ୍ଲିକ ସ୍କୁଲ ଓ ଦ୍ୱିତୀୟ ଦିଲ୍ଲୀ ପବ୍ଲିକ ସ୍କୁଲ । ଜୁନିୟର ଡିଭିଜନ ସିଭିଲିୟନରେ ପ୍ରଥମ ସ୍ଥାନରେ ବାପୁଜୀ ଶିଶୁ ମନ୍ଦିର ଅଙ୍କୁଲି, ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ହୋଲି ଏଞ୍ଜେଲ କନଭେଣ୍ଟ ସ୍କୁଲ । ସିନିୟର୍ ଡିଭିଜନ ସିଭିଲିୟାନ ସ୍ତରରେ ଅମରେଶ୍ୱର ପବ୍ଲିକ ହାଇସ୍କୁଲ ପ୍ରଥମ ଓ ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ, ରଳବା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଜୁନିୟର ସ୍ତର ଶାରୀରିକ କୌଶଳ ପ୍ରଦର୍ଶନରେ ପ୍ରଥମ ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ମିନାକ୍ଷୀ ନଗର ଓ ଦ୍ୱିତୀୟ ସ୍ଥାନରେ ନ୍ୟୁ ଡିପଲ୍ ସ୍କୁଲ । ସିନିୟର୍ ସ୍ତରରେ ସଂକଳ୍ପ ସିନିୟର୍ ସେକେଣ୍ଡାରୀ ସ୍କୁଲ, ରଳବା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଅମେରେଶ୍ୱର୍ ପବ୍ଲିକ ହାଇସ୍କୁଲ । ୩ ଦିନ ପ୍ୟାରେଡ୍ ଅଭ୍ୟାସରେ ଉତ୍ତମ ପ୍ରଦର୍ଶନ କରିଥିବା ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର ଆର୍ମୀ ପ୍ଲାଟୁନକୁ ବେଷ୍ଟ୍ ଜୁରୀ ଭାବରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟରେ ଉତ୍ତମ ପ୍ରଦର୍ଶନ ପାଇଁ ଛଅଜଣ ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଙ୍କ ସହ ଆରକ୍ଷୀ ଅଧିକ୍ଷକ ଡ. ସର୍ବଣା ବିବେକ ଏମ୍‌, ବ୍ରହ୍ମପୁର କମିଶନର ଜେ. ସୋନାଲ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ମଞ୍ଚାସୀନ ଥିଲେ । ଶେଷରେ ମୁଖ୍ୟ ଅତିଥି ପାଲୁର୍-ହିଲ ସ୍ଥିତ ଶ୍ରଦ୍ଧାଳୟର ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ଏବଂ ସେମାନଙ୍କର ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ ।

Leave A Reply

Your email address will not be published.