ବଲାଙ୍ଗିର ପବ୍ଲିକ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ ସ୍କୁଲ ପରିସରରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସତିଶ ପଧାନ ଓ ଉପାଧ୍ୟକ୍ଷ ଦୀପକ କୁମାର ବରାଳ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ବକ୍ତବ୍ୟରେ ସାଧାରଣତନ୍ତ୍ର ଦିବସର ବିଶେଷତ୍ଵ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ସଂପାଦକ ଗୋପାଳ କୃଷ୍ଣ ସିଂହଦେଓ, କୋଷାଧ୍ୟକ୍ଷ ଆଲୋକ ବେଦବାକ, ବାଦଲ ମହାକୁର, ସଭ୍ୟ ଶିରିଶ ଚନ୍ଦ୍ର ହୋତା, ସଭ୍ୟ ସଞ୍ଜିବ ସାହୁ, ଉପାଧ୍ୟକ୍ଷ ସୁଶ୍ରୀ ମମିତା ବେହେରା ମଞ୍ଚାସୀନ ଥିଲେ । ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ହରେକୃଷ୍ଣ ନାୟକ ସଭା ସଂଯୋଜନା କରି ଧନ୍ୟବାଦ ଅର୍ପଣ କରିଥିଲେ । ପରେପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ ।

Leave A Reply

Your email address will not be published.