ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ନୂଆ-ଓ କାର୍ଯ୍ୟକ୍ରମ ମାଧ୍ୟମରେ ବିଶ୍ଵ ଓଡିଆ ଭାଷା ସମ୍ମିଳନୀର ତୃତୀୟ ଦିବସର କାର୍ଯ୍ୟକ୍ରମ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ଆଜି ଗୀତଗାନ ଓ ଭଜନ ପ୍ରତିଯୋଗିତା ନୃତ୍ୟଗୁରୁ ତଥା ସଙ୍ଗୀତଜ୍ଞ ସୁରେନ୍ଦ୍ର ସାହୁ ଓ ଦୀନବନ୍ଧୁ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଡ. ଚନ୍ଦ୍ରିକା ଭୋଇ ପରିଚାଳନା କରିଥିବା ବେଳେ ଶ୍ରୀମତୀ କୁନ୍ତଳା ସାହୁ, ଶ୍ରୀମତୀ ଲୋପାମୁଦ୍ରା ନାୟକ, ଶ୍ରୀମତୀ ସରିତାରାଣୀ ପ୍ରଧାନ, ଶ୍ରୀମତୀ ମଧୁମିତା ପ୍ରଧାନ ଓ ରବି ଅମରୀ ସହାୟତା କରିଥିଲେ । ଶେଷରେ ସୁଶ୍ରୀ ସଂଗୀତା ଗୌନ୍ତଆ ଧନ୍ୟବାଦ ଅର୍ପଣ କରିଥିଲେ ।