jayashree

ଖୋଲା ଜାଗାରେ ଚାଲିବା ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଜାନୁୟାରୀ ୨୦ରେ ପାଳନ କରାଯାଉଥିବା “ଖୋଲା ଜାଗାରେ ଚାଲିବା ଦିବସ” ଲୋକଙ୍କୁ ଘର ବାହାରକୁ ଯାଇ ମୁକ୍ତ ଆକାଶ ତଳେ ଚାଲି ଚାଲି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଉତ୍ସାହିତ କରେ । ଏହା ଦ୍ଵାରା ସାମଗ୍ରିକ ଶାରୀରିକ ତଥା ମାନସିକ ସୁସ୍ଥତା ଉପରେ ସକରାତ୍ମକ ପ୍ରଭାବ ଅନୁଭବ ହୋଇଥାଏ । ମୁକ୍ତ ଆକାଶ ତଳେ ପ୍ରକୃତି ବକ୍ଷରେ ଭ୍ରମଣ କରିବା ଦ୍ଵାରା ହୃଦ୍‌ରୋଗରୁ ଆରମ୍ଭ କରି ରକ୍ତଚାପ ହ୍ରାସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସୁରକ୍ଷା ସବୁ ବୟସର ଲୋକଙ୍କ ପାଇଁ ଆପେ ଉପଲବ୍ଧ ହୋଇଥାଏ । ଏଭଳି ପଦଯାତ୍ରା, ଆରାମରେ ଚାଲିବା ହେଉ କିମ୍ବା ଦ୍ରୁତ ଗତିରେ ଚାଲିବା ହେଉ, ନିଜ ଚାରିପାଖରେ ଥିବା ବାହ୍ୟ ଜଗତକୁ ଅଧିକ ଉପଯୋଗ କରିବା ସୁଯୋଗ ସୃଷ୍ଟି କରିଥାଏ । ଚଳିତ ବର୍ଷ ପାଇଁ ଥିମ୍ ‘ପ୍ରକୃତି ବକ୍ଷରେ ପାଦ ଥାପନ୍ତୁ ସ୍ୱାସ୍ଥ୍ୟ, ସୁଖ ଏବଂ ଅନୁସନ୍ଧାନକୁ ଆଲିଙ୍ଗନ କରନ୍ତୁ’ । ପାଦରେ ଚାଲିବା ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଏବଂ ଅନ୍ୟାନ୍ୟ ଦେଶମାନଙ୍କରେ ଏହି ଦିବସ ପାଳନ କରାଯାଏ । ଆଜିର ଟେକ୍ନୋଲୋଜି ଦୁନିଆରେ ଚୌକିରେ ବସି ବସି କାର୍ଯ୍ୟ ବ୍ୟସ୍ତ ରହିବା ଫଳରେ ଶାରୀରିକ ବ୍ୟାୟାମ ତଥା ପରିଶ୍ରମ କମ୍ ହୋଇଥାଏ । ତେଣୁ ଏହି ଦିବସ ପାଳନ ମାଧ୍ୟମରେ ବାହ୍ୟଜଗତ ସହିତ ସଂଯୋଗ ସ୍ଥାପନ କରିବା ପାଇଁ ସଚେତନତା ଜାଗ୍ରତ କରାଯାଏ । ସୁଖର କଥା, ଆଜିର ଆଧୁନିକ ଯୁଗରେ, ଚାଲିବା ହେଉଛି ଲୋକମାନଙ୍କର ପ୍ରଥମ ପସନ୍ଦ, ଯାହାକି ସାମଗ୍ରିକ ସୁସ୍ଥତା ପାଇଁ ସହାୟକ ହୋଇଥାଏ । ଏହି ଦିନ ପାଳନ କେବଳ ନିଜର ସ୍ୱାସ୍ଥ୍ୟର ଯତ୍ନରେ ସିମୀତ ନୁହେଁ, ଏହା ବାହ୍ୟ କାର୍ଯ୍ୟକଳାପକୁ ଉତ୍ସାହିତ କରେ, ପ୍ରାକୃତିକ ପରିବେଶରେ ଚାଲିବାର ସାଂସ୍କୃତିକ ଏବଂ ଐତିହାସିକ ମହତ୍ତ୍ୱକୁ ମଧ୍ୟ ସମ୍ବୋଧିତ କରେ । “ସକାଳୁ ଚାଲିବା ହେଉଛି ଦିନସାରା ପାଇଁ ଆଶୀର୍ବାଦ ପାଇବା” । “ପ୍ରକୃତି ମଧ୍ୟରେ ଚାଲୁଥିବା ବେଳେ, ଜଣେ ଯାହା ଖୋଜୁଥାଏ ତା’ ଅପେକ୍ଷା ବହୁତ ଅଧିକ ପାଇଥାଏ” ।

Leave A Reply

Your email address will not be published.