ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ମ୍ୟୁନିସିପେଣ୍ଠ ଠାରେ ବ୍ଲକ୍ ସ୍ତରୀୟ ବିଶ୍ୱ ଯକ୍ଷ୍ମା ଦିବସ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ରୂପେ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ, ବ୍ଲକ ଉପାଧ୍ୟକ୍ଷା ଏସ୍. ଶାରଦା ରେଡୀ, ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ରେଲାନ୍ସ ଫାଉଣ୍ଡେସନ ଅଧିକ୍ଷକ ମୋଚିରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର. ସ୍ୱାଧୀନ ରଥଙ୍କ ତତ୍ୱାବଧାନରେ, ପି.ଏଚ.ଇ.ଓ. ବରୁଣ କୁମାର ପାଣିଗ୍ରାହୀ, ବ୍ଲକ୍ ଯକ୍ଷ୍ମା ନିରୀକ୍ଷକ- ପ୍ରଭାତ କୁମାର ସାହୁ, ଏସ.ଟି.ଏଲ.ଏସ. ପ୍ରଦୀପ କୁମାର ଓଁକାର, ସ୍ୱେଚ୍ଛାସେବୀ ଅମ୍ବିକା ପ୍ରସାଦ ଚୌଧୁରୀ, ଟିବି ଚାମ୍ପିୟନ୍ ବିଶିକେଶନ ଦାସ, ମ୍ୟୁନିସିପେଣ୍ଠ ସେକ୍ଟରର ସମସ୍ତ ସି.ଏଚ.ଓ, ଏ ଏନ.ଏ.ଏମ୍ ଏବଂ ଆଶାଦିଦିଙ୍କ ସହଯୋଗରେ ପାଳନ କରାଯାଇଥିଲା ଏବଂ ତାହା ସହିତ ପି.ଏମ୍. ଶ୍ରୀ ଉଚ୍ଚ ବିଦ୍ୟାଳୟ, ଗଙ୍ଗାପୁରରେ ଯକ୍ଷ୍ମା ସଚେତନ କାର୍ଯ୍ୟକ୍ରମ ୩ ଟି ପିଲାଙ୍କୁ ପୁରସ୍କୃତ କରାଯାଇଥିଲା । (ଆଦିତ୍ୟ କୁମାର ପାତ୍ର, ପି. ଲଳିତା ପତ୍ର, ମଧୁସ୍ମିତା ସାସମଲ୍) । ଯକ୍ଷ୍ମା ରୋଗୀମାନଙ୍କୁ ନିକ୍ଷ-ମିତ୍ର ଯୋଜନା ମଧ୍ୟମରେ ଖାଦ୍ୟ ମଧ୍ୟ ପ୍ରଧାନ କରାଯାଇଥିଲା । ଆଗାମୀ ଦିନରେ ଟାଙ୍ଗଣାପଲ୍ଲୀ ପଞ୍ଚାୟତର କେରାଣ୍ଡିତୋଳା ନାରାୟଣପୁର ଓ ରାମପଲ୍ଲୀ ଗ୍ରାମକୁ ଯକ୍ଷ୍ମା ରୋଗରୁ ନିରାକରଣ କରିବା ପାଇଁ ଛତ୍ରପୁର ବ୍ଲକ ଉନ୍ନୟନ ଅଧିକାରୀ ସମ୍ବିତ୍ ସଂଗ୍ରାମଜିତ୍ ସାହୁ ଏହି କାର୍ଯ୍ୟକ୍ରମରେ ପ୍ରାଧାନ୍ୟ ଦେଇଥିଲେ । ଏବଂ ଅଧୀକ୍ଷକ ଡାକ୍ତର ସ୍ୱାଧୀନ ରଥ ମୁଖ୍ୟତଃ ଯକ୍ଷ୍ମା ରୋଗର ପାଦୃଭାବ ଭୟଭୟତା ଏବଂ ନିରାକରଣ ପାଇଁ ଆଗାମୀ ଦିନରେ ୧୦୦ ଦିନିଆ ଯକ୍ଷ୍ମା ନିରାକରଣ ୨.୦ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କର ଏକ୍ସରା ସାଇ ଟିବି ଏବଂ ସେମାନଙ୍କ କଫ ପରୀକ୍ଷା ଦ୍ୱାରା ପୁର୍ନବାର ଭାବରେ ଟିବି ଚିହ୍ନଟ କରାଯିବ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୯ ଟି ପଞ୍ଚାୟତ ଯକ୍ଷ୍ମା ମୁକ୍ତ ହୋଇଥିବା ବେଳେ ଆଉ ୯ ଟି ପଞ୍ଚାୟତକୁ ଆଗାମୀ ଦିନରେ ଯକ୍ଷ୍ମା ମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଓ ନିଷ୍ପତି ନେଇଛନ୍ତି ଏବଂ ଗତବର୍ଷ ପରି ସମସ୍ତ କର୍ଯ୍ୟକ୍ରମକୁ ହାତେଇ ନେଇ ଯକ୍ଷ୍ମା ମୁକ୍ତ ଦିଗରେ ଅଗ୍ରସର ହୋଇଛନ୍ତି । ନୂତନ ରୂପରେ ଆସିଥିବା ଯକ୍ଷ୍ମା ରୋଗ ପାଇଁ ପ୍ରୋଟେବଲ ଏକ୍ସରେ ମେସିନ୍ ଏବଂ ଲୋକମାନଙ୍କୁ ମାଗଣାରେ ସମସ୍ତ ସୁବିଧା ପ୍ରଦାନ କରାଯିବ ଏବଂ ସରକାରଙ୍କ ପକ୍ଷରୁ ୬ ମାସକୁ ୬୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ଶ୍ରୀ ରଥ ସୂଚନା ଦେଇଛନ୍ତି ।