lika

ନୂଆ-ଓ, ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ନୂଆ-ଓ, ଯୁବ ଓଡ଼ିଶା- ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ଅଧକ୍ଷ ଡଃ ଲଳିତେନ୍ଦୁ ନାୟକଙ୍କ ସଭାପତିତ୍ୱରେ ଯୁକ୍ତ ଦୁଇ ଏବଂ ଯୁକ୍ତ ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ଆୟୋଜନ ହୋଇଅଛି । ଏହି କାର୍ଯ୍ୟକ୍ରମର ଦ୍ଵିତୀୟ ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକାମାନଙ୍କ ସହ ଛାତ୍ରଛାତ୍ରୀ ବୃନ୍ଦ ଉପସ୍ଥିତ ଥିଲେ । ଦ୍ଵିତୀୟ ଦିନରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ଝୁଣ୍ଟି, ଚିତ୍ରାଙ୍କନ, ବ୍ୟଙ୍ଗ ଚିତ୍ର, ଥେମାଟିକ ଆର୍ଟ ଏବଂ କ୍ଷୁଦ୍ର ଗଳ୍ପ ପ୍ରସ୍ତୁତି ପ୍ରତିଯୋଗିତାରେ ଯଥା କ୍ରମେ ୬୦ ଏବଂ ୮୮ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ତଥା ଅଶୋକ ବହିଦାର, ଦେବଦତ୍ତ ଜଗନ୍ନାଥ ସେଠ୍, ଯଦୁମଣି ନାୟକ, ଅମୂଲ୍ୟ ସିକନ୍ଦର, ଗିରଧାରୀ ସାହୁ ପ୍ରମୁଖ ବିଚାରକ ଭାବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଲଳିତ ମୋହନ ପଣ୍ଡା, ନବକୃଷ୍ଣ ମିଶ୍ର, ଡ଼ଃ ସରୋଜ ନାଏକ, ଡ଼ଃ ତୁଷାରକାନ୍ତ ସାହୁ, ଡ଼ଃ ବିରଞ୍ଚି ସାହୁ, ଡ଼ଃ ତାରା ପ୍ରସାଦ ଶତପଥୀ, ପ୍ରଭାତ ମହାପାତ୍ର, ପ୍ରମୋଦ କୁମାର ତ୍ରିପାଠୀ, ଖଗେଶ୍ବର ଦାସ, ସନ୍ତୋଷ କୁମାର ମିଶ୍ର, ସଞ୍ଜୟ ଟିଗା, ପ୍ରମୋଦ କୁମାର ପାଣିଗ୍ରାହୀ, ମୋନାଲିସା ସ୍ୱାଇଁ, ଡ଼ଃ ସନ୍ଧ୍ୟାରାଣୀ କୁଅଁରଙ୍କ ସହ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.