ମାୟାବର୍ହା ହାଇସ୍କୁଲଠାରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଅତିଥି ଶିକ୍ଷକଙ୍କୁ ସ୍ଵାଗତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ସଭାକୁ ସଂଯୋଜନା କରିବା ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ସଭାରେ ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ, ସଂସ୍କୃତ ଶିକ୍ଷକ ରାଜୁ ମେହେର ମଞ୍ଚାସୀନ ହୋଇ ସାକ୍ଷରତା ଦିବସ ଉପରେ ମତବ୍ୟକ୍ତ କରିଥିଲେ । ସମସ୍ତ ଶିକ୍ଷକ, ଛାତ୍ରଛାତ୍ରୀ ବୃନ୍ଦ କନ୍ଦାଗାଡ ଉଚ୍ଚ ବିଦ୍ୟାଳୟର ପୂର୍ବତନ ଇଂରାଜୀ ଶିକ୍ଷକ ସମ୍ପଦ ଖମାରୀ ଓ ମାୟାବର୍ହା ଉଚ୍ଚ ବିଦ୍ୟାଳୟର ପୂର୍ବତନ ଗଣିତ ଶିକ୍ଷକ ମନୋଜ କୁମାର ପୂଜାରୀଙ୍କୁ ଅତିଥି ଶିକ୍ଷକ ଭାବରେ ଯୋଗଦାନ କରିଥିବାରୁ ଫୁଲତୋଡ଼ା ଓ ଉପଢ଼ୌକନ ଦେଇ ସ୍ଵାଗତ କରିଥିଲେ । ଶିକ୍ଷକ କିରଣ କୁମାର ପଟେଲ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉପରେ ପାୱାର ପଏଣ୍ଟ ପ୍ରସ୍ତୁତ କରି ଉପସ୍ଥାପନ କରିଥିଲେ । ନବମ ଶ୍ରେଣୀର ଛାତ୍ରୀ ଶ୍ରୀମୟୀ ବାଗ ସଙ୍ଗୀତ ପରିବେଷଣ କରିଥିବା ବେଳେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସ୍ନିଗ୍ଧା ପ୍ରଧାନ, ନିକିତା ଦୀପ, ମୀନକେତନ ଦାସ, ବିଭୀଷଣ ଖମାରୀ, ସୁରଜ୍ ଖମାରୀ, ସମୀର କାଠର, ସୋଭାଗିନି ସାହୁ, ସୂର୍ଯ୍ୟକାନ୍ତି କାଣ୍ଡ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.