ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ କମ୍ପୋଜିଟ ରିଜିନାଲ ସେଣ୍ଟର (ସିଆର୍ସି ) ପକ୍ଷରୁ ବିଶ୍ୱ ଭୌତିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ସିଆର୍ସି ନିର୍ଦ୍ଦେଶକ ଗୁରୁବସ୍କ ଜଗୋଟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଭାକର ମିଶ୍ର ଯୋଗଦେଇ ଥିବାବେଳେ ଲିଙ୍ଗରାଜ ପାଢ଼ୀ, ଜୟନ୍ତ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସୌମ୍ୟଶ ରଞ୍ଜନ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ଥିବାବେଳେ ଫିଜୋଥେରାଫିଷ୍ଟ ଶତାଦୀ ଜେନା ସାମନ୍ତ ସଭା ପରିଚାଳନା କରିଥିଲେ । ମାଂସପେଶୀର ଦୁର୍ବଳତା, ପଡିଯିବା, ରୋକିବାରେ ଫିଜୋଥେରାପିର ଭୂମିକା ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ମମତା ମିଶ୍ର, ସଙ୍ଗୀତା ରାଉତରାୟ, ଆତ୍ର୍ତ୍ତତ୍ରାଣ ପଟେଲ, ଗୀତାଞ୍ଜଳି ନାୟକ, ବବିତାଜ କର ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ବିଶ୍ୱଜିତ କାନନୁଗୋ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post