ppurohit

ସେପ୍ଟେମ୍ବର ୩ରେ ନୃସିଂହନାଥଠାରେ ଅନୁଷ୍ଟିତ ହେବ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୩ ତାରିଖ ସକାଳ ୯ ଘ ସମୟ ରେ ପାଇକମାଲ ସ୍ଥିତ ନୃସିଂହନାଥ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ଆୟୋଜନ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରମେଇ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକ ରେ ସମ୍ପାଦକ ଅଗସ୍ତି ପ୍ରଧାନ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ, ଉପ ସଭାପତି ଦୟାସାଗର ସାହୁ ସଂଯୋଜକ ଲିଙ୍ଗରାଜ ସାହୁ, ଅଶୋକ ସାହୁ ବାଗ ,ନିଗମାନନ୍ଦ ମିଶ୍ର ରମେଶ ପଣ୍ଡା, ଗୋବର୍ଦ୍ଧନ ସାହୁ, ଟିକେଶ୍ୱରି ସେଟ୍, ସୁଧୀର ରଥ, ଘନଶ୍ୟାମ ପଣ୍ଡା, ନବ ଘନ ସାହୁ, ସଞ୍ଜୀବ କୁମାର ଦାଶ, ଧୋବା ସାହୁ, ଲୋହିତ କୁମାର ସା, କିରଣ ବିଶ୍ଵାଳ ରବିଶଙ୍କର ଗୁରୁ, ପ୍ରମୋଦ ପ୍ରଧାନ ବୃନ୍ଦାବନ ଠେଠୁଆରଙ୍କ ସମେତ ବରିଷ୍ଠ ଉପଦେଷ୍ଠା କପିଲ ବାଗ, ସୁରେଶ ଚୌହାନ, ଅନନ୍ତ ଶାସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପ ରେଖ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳନ ଅବସରରେ ପ୍ରସିଦ୍ଧ କବି କାଳିଦାସଙ୍କ ରଚିତ ମେଘଦୂତ ଖଣ୍ଡ କାବ୍ୟ ଓ ଅଭିଜ୍ଞାନ୍ ଶାକୁନ୍ତଲମ୍ ନାଟକ ଉପରେ ବିଶେଷ ଆଲୋଚନା ଓ ଚର୍ଚ୍ଚା ଅନୁଷ୍ଟିତ ହେବା ସହିତ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ ଜିଲ୍ଲାରୁ ଆସି ବରଗଡ଼ ଜିଲ୍ଲାରେ ଯୋଗ ଦେଇଥିବା ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସଂଘ ପକ୍ଷରୁ ଉଲ୍ଲେଖ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩୧୫ରୁ ଅଧିକ ହାଇସ୍କୁଲ ଓ ଜିଲ୍ଲାର ସମସ୍ତ ଓଡିଶା ଆଦର୍ଶ ବିଦ୍ୟାଳୟରେ କର୍ତ୍ତବ୍ୟ ରତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବେ ବୋଲି ସଂଘ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.