କୁଟାସିଂହାରେ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଧର୍ମୋ ରକ୍ଷତି ରକ୍ଷତଃ – ଯିଏ ଧର୍ମକୁ ରକ୍ଷା କରେ ଧର୍ମ ତାକୁ ରକ୍ଷା କରେ ବୋଲି ବିଶ୍ଵ ହିନ୍ଦୁ ପରିଷଦ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସଂପାଦକ ଯୋଗୀନ୍ଦ୍ର ଦାଶ କହିଛନ୍ତି । ଆଗଲପୁର ବ୍ଲକ କୁଟାସିଂହାଠାରେ ଅନୁଷ୍ଠିତ ବିଶ୍ଵ ହିନ୍ଦୁ ପରିଷଦର ସ୍ଥାପନା ଦିବସ ଓ ବେଦାନ୍ତ କେଶରୀ ସ୍ଵାମୀ ଲକ୍ଷ୍ମଣାନନ୍ଦଜୀଙ୍କ ବଳିଦାନ ପାଳନ ଅବସରରେ ସେ ଏହା କହିଛନ୍ତି । ବିଶ୍ଵ ହିନ୍ଦୁ ପରିଷଦର ମଣ୍ଡଳ ପ୍ରମୁଖ ପ୍ରେମେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରାନ୍ତ ସଂପାଦକ ଶ୍ରୀ ଦାଶ ପବିତ୍ର ଜନ୍ମାଷ୍ଟମୀର ମହତ୍ତ୍ଵ, ବିଶ୍ଵ ହିନ୍ଦୁ ପରିଷଦ ସ୍ଥାପନାର ଉଦ୍ଦେଶ୍ୟ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଧର୍ମ ରକ୍ଷା ପାଇଁ ବଳିଦାନ ବିଷୟରେ ଆଲୋଚନା କରିଥିଲେ । ଦୀପ ପ୍ରଜ୍ୱଳନ ପରେ ଧୁନ୍ ଗାଇଥିଲେ ଦମୟନ୍ତୀ ପାଣ୍ଡିଆ । ଅନ୍ୟମାନଙ୍କ ମଧ୍ୟରେ ତରଣୀସେନ ବିଶ୍ଵାଲ, କିଶୋର ତାଣ୍ଡି, ରଘୁନାଥ ଡାଙ୍ଗ, ସତ୍ୟବାନ ପସାୟତ, ଭାରତୀ ସାହୁ, ନନ୍ଦିନୀ ସାହୁ, ବିଜୟା ପ୍ରଧାନ, ସୈରେନ୍ଦ୍ରି ପ୍ରଧାନ, ସୁଷମା ପ୍ରଧାନ, ଅନୀତା ପଧାନ, ରଜନୀ ପାତ୍ର, ଅଳକା ଦନ୍ତା, ସଜନା ସାହୁ ଆଦି ଯୋଗଦାନ କରିଥିଲେ । ଶେଷରେ ରାମଜୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.