ପଦ୍ମପୁରରେ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

  • ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଉପ ଜିଲ୍ଲାପାଳ ସ୍ନେହା ଅର୍ଗୁଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍.ବି.ହାଇସ୍କୁଲ ପଡିଆଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳୀତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ପରେ ପଦ୍ମପୁର ଉପଖଣ୍ଡର ସ୍ୱାଧିନତା ସଂଗ୍ରାମୀ ଦାୟାଦ ମାନଙ୍କୁ ସମ୍ମାନୀତା ଓ ଜାତୀୟ ସ୍ତରୀରରେ ପୁରସ୍କାର ହୋଇଥିବା ବ୍ୟକ୍ତି ବିଶେଷଙ୍କ ସମେତ ନିସ୍ୱାର୍ଥପର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କଳା କ୍ଷେତ୍ର, ଶିକ୍ଷାକ୍ଷେତ୍ର କ୍ରିଡାକ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବିଭିନ୍ନ ପ୍ରତିଯୋଗିତା ସଙ୍ଗିତ ଇଂରାଜି ତର୍କ ଓଡ଼ିଆ ପ୍ରବନ୍ଧ ଅନ୍ୟାନ କ୍ଷେତ୍ର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଆତିଥି ପୁରସ୍କାର ପ୍ରଦାନ କରିଥିଲେ । ଏତବ୍ୟତୀତ ଉପଖଣ୍ଡସ୍ତୟରେ ଏନ୍‌ ଆରଟିଏସ୍‌, ହାଇସ୍କୁଲ ସାଟିଫିକେଟ, CBSE, ଉଚ୍ଚ ମାଧ୍ୟମିକ ସ୍ତରରେ ବିଜ୍ଞାନ ସର୍ବୋଚ୍ଚ ନମ୍ବର ରଖିଥିବା ପଦ୍ମପୁର ଉପଖଣ୍ଡ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ପ୍ୟାରେଡ ପଡିଆରେ କାର୍ଯ୍ୟକ୍ରମରେ ପୁରଷ୍କୃତ କରାଯାଇଥିଲା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଉପଖଣ୍ଡ ଆରକ୍ଷୀଅଧିକ ପାଣ୍ଡବ ଶବର ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀମହେନ୍ଦ୍ର ସାହୁ ,ଏନସିସି ଅଫିସର, ଏନ୍,ଏ, ସି କାର୍ଯ୍ୟ ନିର୍ବାହି ଅଧିକାରୀ, ଆଇଆଇସି ମମତା ନାୟକ, ମୁଖ୍ୟ ଅତିଥିଙ୍କୁ ପେରେଡ ପଡିଆ ମଞ୍ଚ ଉପରକୁ ପାଛୋଟି ଆଣିଥିଲେ । ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳୀନ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ସ୍ୱରସ୍ୱତୀଶିଶୁ ବିଦ୍ୟାମନ୍ଦିର ଘୋଷ ଦଳ, ସ୍ୱରସ୍ୱତୀଶିଶୁ ମନ୍ଧିର ଛାତ୍ର ଛାତ୍ରୀମାନେ ରାଷ୍ଟ୍ରୀୟ ସଙ୍ଗିତ ପରିବେଷଣ କରିଥିଲେ, ଏନସିସି କମାଣ୍ଡରଙ୍କ ଦ୍ଵାରା ପ୍ୟାରେଡ ପରିଚାଳନା ୪୫ ଗୋଟି ଦଳ ଅଶ ଗ୍ରହଣ କରିଥିଲେ । ରାଷ୍ଟ୍ରୀୟ ଏକତାର ପରିଚୟ ତ୍ରିରଙ୍ଗା ପତାକା ଏବଂ ମୁଖ୍ୟ ଅତିଥିଙ୍କୁ ସମ୍ମାନ ଜଣାଇ ଏହି ପାରମ୍ପାରିକ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ । ମୁଖ୍ୟ ଅତିଥି ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ତଥା ସହରବାସୀ ୭୯ତମ ସ୍ୱାଧିନତା ଦିବସ ପାଳନ ଅବସରରେ ମୁଁ ଆପଣ ମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଉଛି ଆମର ସାର୍ବଭୈ। ସତ୍ୟକୁ ନେଇ ବାହ୍ୟ ଆହ୍ୱ।ନ ଗୁଡ଼ିକ ଆସୁଛି । ସେ ସବୁକୁ ସାମ୍ନା କରିବାକୁ ନେଇ ଆମକୁ ଜାତି ବର୍ଣ୍ଣନ ଧର୍ମ ସଂପ୍ରଦାୟ ନିବାଶେଷରେ ଭାରତୀ ହେବାକୁ ପଡିବ । ସମ୍ମିଳିତ ପ୍ୟାରେଡ ପରେ ସମାପ୍ତି ପରେ ମୁଖ୍ୟ ଅତିଥି ଉପଖଣ୍ଡ ଚିକିସାଳୟରେ ରୋଗୀମାନଙ୍କୁ ଫଳ, ବିସ୍କୁଟ ବଣ୍ଟନ କରିଥିଲେ । ଉପଖଣ୍ଡ କାରାଗାର, ଜେଲେ‌, ଅନ୍ତୋବାସୀକୁ ବିସ୍କୁଟ ବଣ୍ଟନ ସେହି ପରି କୁଷ୍ଠାଆଶ୍ରମ, ପଦ୍ମପୁର ଅନ୍ତୋବାସୀଙ୍କୁ ଧୋତି, ଶାଢୀ ମୁଖ୍ୟ ଅତିଥିଙ୍କ ଠାରୁ ଅନ୍ତୋବାସୀ ମାନେ ଗ୍ରହଣ କରିଥିଲେ । ଦିବସ ପାଳନ ଅବସରରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ଡାକବିଜି ଯନ୍ତ୍ର ଯୋଗେ ସହରରେ ରାମଧୂନ ରାଧାମାଧବ ସମିତି ଓ ସତ୍ୟସାଇ ସେବା ସମିତି ସଭ୍ୟମାନଙ୍କ ସହଯୋଗରେ ପ୍ରଭାତ ଫେରୀ ସହର ପରିକ୍ରମା କରିଥିଲେ । ମୁଖ୍ୟ ଅତିଥି ମୁଖ୍ୟାଳୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏଥିରେ ସହଯୋଗକରୀ ଏନସିସିର ସମସ୍ତ କର୍ମଚାରୀ ବୃନ୍ଧ ମାନେ ସହଯୋଗ କରିଛନ୍ତି । ଦିବସର ସମାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ପରିଚାଳନା ପାଇଁ ଏନସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ, ନିବାହୀଯନ୍ତ୍ରୀ ପୂର୍ତ୍ତି ବିଭାଗ, ପ୍ୟାରେଡ ପଡ଼ିଆର ରସମସ୍ତ ବ୍ୟବସ୍ଥା କରିଥିବା ବେଳେ ଅନ୍ୟାନ ଆନୁସାଙ୍ଗିକ ବ୍ୟବସ୍ଥା ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ତାଙ୍କୁ ସହଯୋଗ କରିଛନ୍ତି । ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ,ଦିଲ୍ଲିପ ଭୋଇ, ରାୟିସ ମାଝୀ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀମାନେ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ । ଓ ପରେ ଫୁଟବଳ ମେଜ୍ହ ବଲାଙ୍ଗିର, ପଦ୍ମପୁର ମଧ୍ୟରେ ଆୟୋଜିତ ହୋଇଥିଲା ଉପଖଣ୍ଡସୂଚନା ଲୋକ ସମ୍ପର୍କ ଅଧିକାରୀଙ୍କ ତତ୍ତତ୍ତାବଧାନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

jittmm
Leave A Reply

Your email address will not be published.