ପତଞ୍ଜଳି ପରିବାର ଦ୍ୱାରା ବଲାଙ୍ଗିରରେ ବିଶ୍ୱ ଯୋଗ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୧ତମ ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଜଗଦୀଶ ଯୋଗଲୟଠାରେ ଭାରତ ସ୍ୱାଭିମାନ ଜିଲ୍ଲା ପ୍ରଭାରୀ ରଘୁନାଥ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଜିଲ୍ଲାର ଯୋଗ ପ୍ରେମୀମାନେ ଯୋଗ ଦିବସରେ ସାମିଲ ହୋଇଥିଲେ । ବରିଷ୍ଟ ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ଏବଂ ମହିଳା ପ୍ରଭାରୀ ସୁଜାତା ଦିଶ୍ରୀ ଯୋଗ ପ୍ରୋଟୋକଲ ଅଭ୍ୟାସ କରାଇଥିଲେ । ବରଗାଁ ମେଡିକାଲ ପରିସର, ବଇଦୁପାଲି ଓ ପୁଇଁନ୍ତଲା ଠାରେ ରଘୁନାଥ ଷଡଙ୍ଗୀ, ରେଲୱେ, ଗ୍ରୀଡକୋ ଠାରେ ସୁଜାତା ଦିଶ୍ରୀ, ଆଗଲପୁର ବ୍ଲକ ପରିସରରେ ଯୁବ ଭାରତ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ, ଲୋଇସିଂହା କଲେଜଠାରେ ସୋସିଆଲ ମିଡିଆ ପ୍ରଭାରୀ ସସ୍ମିତା ସାହୁ ପ୍ରଭୃତି ଯୋଗର ପ୍ରୋଟୋକଲ ଅଭ୍ୟାସ କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରମୋଦ ଲେଙ୍କା, ବାଳକୃଷ୍ଣ ଅଗ୍ରୱାଲ ସହ ପ୍ରଭାରୀ ନିହାରିକା ମିଶ୍ର, ରାମ ଶଙ୍କର ଚନ୍ଦନ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.