
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଘୁଚେପାଲି ୬-୩ ଗୋଲରେ ବରକାନି ଏଫ୍ସିକୁ ହରାଇଛି । ଅତିଥି ଭାବେ ଓଆଇସି ଡବ୍ଲୁଟି ରବିନ୍ଦ୍ର କୁମାର ସୁନା, ଆପିଇ ପ୍ରଦୀପ କୁମାର ପାତ୍ର ପୂର୍ବତନ ଖେଳାଳି ଲୋକନାଥ ନେପାକ ଓ ବିରେନ୍ଦ୍ର ସୁନା ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଉପସ୍ଥିତ ଥିଲେ । ଖେଳକୁ ବିକି ବିଶି, ଜିତୁ ଦଲାଇ, ଶ୍ରବଣ ବାଗ, ରାଜେନ୍ଦ୍ର ସେଠ ଓ ନରସିଂସ୍ୱାମୀ ନାଇଡୁ ପରିଚାଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ ସୁଜିଆ ୨-୧ ଗୋଲରେ ବିଲେଇସର୍ଡାକୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସରକାରୀ ଆଇଟିଆଇ ବଲାଙ୍ଗିର ଟ୍ରେନିଂ ଅଫିସର ତାରୀଣି ମହାନ୍ତି ଓ ପଲ୍ଲିଶ୍ରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ବୃନ୍ଦାବନ ମହାକୁର ଯୋଗ ଦେଇଥିଲେ । ସାଇଟ ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ର, ପୂର୍ବତନ ଖେଳାଳି ଶ୍ରୀକାନ୍ତ ରାଉତ ଓ ପ୍ରଦୀପ ମହାରଣା ଉପସ୍ଥିତ ଥିଲେ । ଖେଳକୁ ସଂଜୀବ ମହାରଣା, ସୁରେଶ ନାଏକ, ସୁଧାଂଶୁ ସେଠ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଗେର୍ଡି ୩-୦ ଗୋଲରେ ଭାଲୁପିଟାକୁ ହରାଇ ବିଜୟୀ ହେଲା । ଚୁଡାପାଲି ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୁପ୍ରସାଦ ଯାଦବ ଓ ପୂର୍ବତନ ଖେଳାଳି ଦିପକ ପଟେଲ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଉପସ୍ଥିତ ଥିଲେ । ଖେଳକୁ ଦୋଳଗୋବିନ୍ଦ ମୁଣ୍ଡା, ମଣ୍ଟୁ ବେହେରା, ପୁରୁଷୋତ୍ତମ ବୁଡେକ ଓ ଦେବରାଜ ନାହାକ ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ରାଇଜିଂ ଷ୍ଟାର ଟିଟିଲାଗଡ ୩-୧ ଗୋଲରେ ଟିକ୍ରାପଡାକୁ ହରାଇ ବିଜୟୀ ହେଲା । ଯୁବ ବିଜେପି ନେତା ସଚିକାନ୍ତ ବେହେରା ଓ ଜୋନ ସଂଯୋଜକ ତପନ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ମୋହନ ପ୍ରଧାନି, ମଳୟ ଘିଭେଲା, ଲବ ସୁନାନି, ବିନୋଦ ପ୍ରଧାନୀ, ଧବଳେଶ୍ୱର ଦଳବେହେରା, ପ୍ରୀତମ ନାଏକ ଓ ରାଜେଶ ସ୍ୱାଇଁ ପରିଚଳେନା କରିଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଚନ୍ଦ୍ରପୁର ୨-୧ ଗୋଲରେ ବଡଙ୍ଗୋମୁଣ୍ଡାକୁ ହରାଇ ବିଜୟୀ ହେଲା । ଜରାସିଂହା ବିଡିସିସି ବ୍ୟାଙ୍କ ମ୍ୟାନେଜର ରଂଜନ କୁମାର ମିଶ୍ର ଓ ସରପଂଚ କୁଶମଣି ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଶ୍ରୀବତ୍ସ ମେହେର, ଡୋଳାମଣି ବଗର୍ତ୍ତି, କୁନ୍ତେ ମେହେର ଓ ସୁଶାନ୍ତ ଥନାପତି ପରି·ଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଅମାମୁଣ୍ଡା ୨-୧ ଗୋଲରେ ବଡଟିକାକୁ ହରାଇ ବିଜୟୀ ହେଲା । ବରିଷ୍ଠ ଆଇନଜିବୀ ଜ୍ୟୋର୍ତିମୟ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଅଞ୍ଜନ ବେସ୍ରା, ଗୋପାଳ ପ୍ରଧାନ, ବିଜୟ ରଣା, ପ୍ରଦୀପ ବଗର୍ତ୍ତି ଓ ଦିଲିପ ଧରୁଆ ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ ବିଏସ୍ଏଫ୍ସି କଣ୍ଟାବାଞ୍ଜି ୨-୦ ଗୋଲରେ ସାନମୁଲାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ସେଶାଙ୍କ ରଂଜନ ଦାସ ଯାଦବ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଦୁଷ୍ମନ୍ତ ସାହୁ, ଦୁଷ୍ମନ୍ତ ବେହେରା, ଜୌରହରି ପୁଟେଲ, ଗଣେଷ ଭୋଇ ଓ ସୁନିସ ପ୍ରଧାନୀ ପରିଚାଳନା କରିଥିôଲେ । ଖୁଜେନପାଲି ପଡିଆରେ ମହିମୁଣ୍ଡା ୩-୧ ଗୋଲରେ ଶାସ୍ତ୍ରୀନଗର ଏଫ୍ସିକୁ ହରାଇ ବିଜୟୀ ହେଲା । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ପୂର୍ବତନ ଖେଳାଳି ସୁଦାମ ପାଣିଗ୍ରାହୀ, ନିରଞ୍ଜନ ସାହୁ, ଭୁପେନ୍ଦ୍ର ପ୍ରସାଦ ସିଂ ଓ ଖଲିଲଉର ରହେମାନ ଅତିଥି ଭାବେ ଯୋଗ ଦେଇଥଲେ । ଖେଳକୁ ସୁଦର୍ଶନ ସେଠ, ରାଜେନ୍ଦ୍ର ଧରୁଆ, ଶୁଶାନ୍ତ ନାଗ, ରାଜ କୁମାର ପାଣିଗ୍ରାହୀ ଓ ଅବଦୁଲ ମୁଜିବ ପରିଚାଳନା କରିଥିଲେ ।