
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଆଜି ୮ ଗୋଟି ପଡିଆରେ ନକ୍ ଆଉଟ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ଭିକ୍ଟୋରିୟସ କ୍ଲବ ୧-୦ ଗୋଲରେ ମାଣିକେଶ୍ୱରୀ କନ୍ଧପାଲିକୁ ହରାଇଛି । ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଡ. ଅନଙ୍ଗ ନାଏକ ଓ ଜିଲ୍ଲା ପରିଷଦ କମ୍ପ୍ୟୁଟର ପ୍ରୋଗ୍ରାମର ରାଜିବ ଲୋଚନ ନେପାକ ଯୋଗ ଦେଇଥିଲେ । କ୍ରୀଡା ସଂସଦର ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ୟ୍ୟ ଓ ଶତୃଘନ ସିଂ, କ୍ରିକେଟ ସଂପାଦକ ଓମ୍ ପ୍ରକାଶ ଚାନ୍ଦ, କାଉନସିଲ ସଭ୍ୟ ଦ୍ୱାରିକା ପ୍ରସାଦ ପଣ୍ଡା ଓ ପ୍ରଭାତ କୁମାର ମିଶ୍ର, କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର ଓ ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ମଂଚାସିନ ଥିଲେ । ଖେଳକୁ ସଂଜିତ ତରିଆ, ଶ୍ରବଣ ବାଗ, ତ୍ରିନାଥ ଚନ୍ଦନ, ଜିତୁ କୁମାର ଦଲାଇ ଓ ନରସିଂସ୍ୱାମୀ ନାଇଡୁ ପରିଚଳନା କରିଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲିଠାରେ କୁଶଙ୍ଗ ଟ୍ରାଇବ୍ରେକର ସଡନଡେଥରେ ରେଲୱେ ଏଫ୍ସି କୁ ହରାଇ ବିଜୟୀ ହୋଇଛି । ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ଯୋଗ ଦେଇଥିଲେ । ଆଦିତ୍ୟ ପଟ୍ଟନାୟକ, ଲୋକନାଥ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଖେଳକୁ ସୁଧାଂଶୁ ସେଠ, ସୁରେଶ ନାଏକ, ଉମେଶ ଭୋଇ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଚୁଡାପାଲି ପଡିଆରେ ଲରମ୍ଭା ୩-୧ ଗୋଲରେ ଚୁଡାପାଲି ନବଜ୍ୟୋତିକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଶ୍ରୀବତ୍ସ କୁମୁରା, ଅରୁଣ କୁମାର ପଟେଲ ଓ ଜଗବନ୍ଧୁ ଜୁଏଡ ଅତିଥି ଭାବେ ଯୋଗ ଦେଇଥିଲେ । ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ଉପସ୍ଥିତ ଥିଲେ । ଖେଳକୁ ସଂଜିବ ମହାରଣା, ପୁରୁଷୋତ୍ତମ ବୁଡେକ, ମଣ୍ଟୁ ବେହେରା ଓ ଜଳନ୍ଧର ସାହୁ ପରିଚାଳନା କରିଥିଲେ । ଟିଟିଲାଗଡ ସିଟି ସ୍କୁଲ ପଡିଆରେ ମଣିଗାଁ ୧-୦ ଗୋଲରେ ଡାଙ୍ଗବାହାଲ ଏଫ୍ସିକୁ ହରାଇ ବିଜୟୀ ହେଲା । ଜୋନ ସଂଯୋଜକ ତପନ ପ୍ରଧାନୀ ଅତିଥି ଭାବେ ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ତୁଷୁରା ୩-୦ ଗୋଲରେ ଅର୍ନ୍ତଲ୍ଲାକୁ ହରାଇ ବିଜୟୀ ହେଲା । ପୂର୍ବତନ ଖେଳାଳି ଅଶୋକ କୁମାର ଥନାପତି ଓ ଲକ୍ଷ୍ମୀଧର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କୁନ୍ତେ ମେହେର, ସତ୍ୟ ଦଣ୍ଡସେନା, ଡୋଳାମଣି ବଗର୍ତ୍ତି ଓ ପ୍ରଶାନ୍ତ ଥନାପତି ପରିଚାଳନା କରିଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ଏଚ୍ଆରଡିଏ ଖଲିଆପାଲି ୩-୨ ଗୋଲରେ ସକମାକୁ ହରାଇ ବିଜୟୀ ହେଲା । ପୂର୍ବତନ ଆର୍ମୀ ଆନନ୍ଦ ପୁଟେଲ ଓ ଚତୁର ଦଲାଇ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ କରୁଣାକର ପ୍ରଧାନ, ଅଞ୍ଜନ ଭେସ୍ରା, ଗୋପାଳ ପ୍ରଧାନ ଓ ବିଜୟ କୁମାର ରଣା ପରିଚାଳନା କରିଥିଲେ । ବଙ୍ଗୋମୁଣ୍ଡା ପଡିଆରେ କୋଷ୍ଟାଲ ଇଲେଭେନ କଣ୍ଟାବାଞ୍ଜି ୧-୦ ଗୋଲରେ ଚଟୁଅନକା ଏପ୍ଏ କୁ ହରାଇ ବିଜୟୀ ହେଲା । ବିରମହାରାଜ ପୁର ଏସିଷ୍ଟେଣ୍ଡ କଲେକ୍ଟର ନରେନ୍ଦ୍ର ଭୋଇ ଅତିଥି ଭାବେ ଯୋଗ ଦେଇଥିଲେ । ଖେଳକୁ ଆଶିର୍ବାଦ ସା, ଅଶ୍ୱିନୀ ଭୁକ୍ତା, ବୁଲୁ ମାଝି, ଡିସାମ୍ବର ଭୋଇ, ସୁନିଶ ପ୍ରଧାନ, ଗଣେଷ ଭୋଇ ପରିଚାଳନା କରିଥିôଲେ । ଖୁଜେନପାଲି ପଡିଆରେ ଜେଏସ୍ସି ଖଲିଆପାଲି ୧-୦ ଗୋଲରେ ବାଗଭାଡି କୁ ହରାଇ ବିଜୟୀ ହେଲା । ଖେଳକୁ ସୁଶାନ୍ତ ନାଗ, ରାଜେନ୍ଦ୍ର ଧରୁଆ, ସୁଦର୍ଶନ ସେଠ ଓ ଜ୍ୟୋତି ରଂଜନ ମହାନନ୍ଦ ପରିଚାଳନା କରିଥିଲେ ।