ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ଟିଓୟୁପି) ରେ ବ୍ଲକ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର ମୁଖ୍ୟ ଅତିଥି ଓ ଅବସର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ହୃଦାନନ୍ଦ ଭୋଇ ଓ ଝିଟକି ଉଚ୍ଚବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ଭୋଇ ସମ୍ମାନିତ ଅତିଥି, ଅବସର ପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ବାରିକ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ ବିଦ୍ୟାଳୟରୁ ବିଜ୍ଞାନ ଶିକ୍ଷକମାନେ ନିଜ ଶିକ୍ଷାର୍ଥୀ ଓ ପ୍ରକଳ୍ପ ସହିତ ଅଂଶ ଗ୍ରହଣ କରିଥିଲେ । ପ୍ରଧାନ ଶିକ୍ଷକ ଜାତୀୟ ବିଜ୍ଞାନ ଦିବସ ପାଳନ ଉଦ୍ଦେଶ୍ୟ ଜ୍ଞାପନ କରିଥଲେ । ବିଜ୍ଞାନ ଶିକ୍ଷକ ହୃଦାନନ୍ଦ ଭୋଇ ଡାକ୍ତର ଚନ୍ଦ୍ରଶେଖର ଭେଙ୍କଟ ରମଣଙ୍କ ବୈଜ୍ଞାନିକ ସ୍ମାରକ ଓ ତାଙ୍କ ଗବେଷଣା ଉପରେ ଆଲୋକପାତ କରିଥିଲେ । ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ଭୋଇ ଜାତୀୟ ବିଜ୍ଞାନ ଦିବସ ପାଳନର ତାତ୍ପର୍ଯ୍ୟ ଉପସ୍ଥାପନ କରିଥଲେ । ଅବସରପ୍ରାପ୍ତ ଏବିଇଓ ପ୍ରେମାନନ୍ଦ ବାରିକ ଭାରତୀୟ ସଂସ୍କୃତି ଓ ପୁରାଣ ସହିତ ବିଜ୍ଞାନର ସମ୍ପର୍କକୁ ଅତି ସରଳ ଓ ସୁନ୍ଦର ଭାବରେ ବୁଝାଇଥିଲେ । ମୁଖ୍ୟ ଅତିଥି ଭାରପ୍ରାପ୍ତ ବିଇଓ ରାଧେଶ୍ୟାମ ମେହେର ରମଣଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଶିକ୍ଷାର୍ଥୀ ମାନଙ୍କୁ ଉପଦେଶ ଦେଇଥିଲେ । ଏହି ସ୍ମରଣୀୟ ଦିବସରେ ପାଇକମାଲ ଟିଓୟୁପି ବିଦ୍ୟାଳୟ ବିଜ୍ଞାନ ଓ ଗଣିତ କ୍ଲବ ଗଠନ କରି ତାକୁ କାର୍ଯ୍ୟକାରୀ କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ଆସୁଥିବା ପ୍ରକଳ୍ପଗୁଡ଼ିକ ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ହିରାବତୀ ମହାପାତ୍ର, ସୋନାଲି ମହାଳିକ ଓ ସାବିତ୍ରୀ ସାହୁ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ନିରଞ୍ଜନ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post