jayashree

ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କପ୍‌ର ଦ୍ୱିତୀୟ ଦିବସ

  • ବଲାଙ୍ଗିରକୁ ହରାଇ ସେମିଫାଇନାଲରେ ପ୍ରୟାଗରାଜ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଛିନ୍ଦେଇକେଲା ଚନ୍ଦ୍ରଶେଖର ମିନି ଷ୍ଟାଡିୟମରେ ଚାଲିଥିବା ୨୮ତମ ସର୍ବଭାରତୀୟ ସାଧୁଚରଣ ମେମୋରିଆଲ ଛିନ୍ଦେଇକେଲା କ୍ରିକେଟ କପ୍‌ର ଦ୍ୱିତୀୟ ଦିବସରେ ବଲାଙ୍ଗିରକୁ ହରାଇ ପ୍ରୟାଗରାଜ ସେମି ଫାଇନାଲରେ ପ୍ରବେଶ କରିଛି । ଉଦ୍‌ଘାଟନୀ ମ୍ୟାଚ୍‌ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ମନ୍ଦିର କମିଟି ସଭାପତି ମଙ୍ଗୁଳୁ ଚରଣ ସାହୁ, ସମ୍ମାନିତ ଅତିଥି ଭାବରେ ସମ୍ପାଦକ ଭାଗିରଥି ଧରୁଆ, ଛିନ୍ଦେଇକେଲା ସରପଞ୍ଚ ପ୍ରତିନିଧି ନନ୍ଦିକିଶୋର ନନ୍ଦ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ପ୍ରୟାଗରାଜ(ୟୁପି) ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୯୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ସୌରଭ ଶୁକ୍ଳା ୪୯, ୟାଶ ସିଂ ୩୬, ବିକାଶ ଚୌହାନ ୩୧ ଓ ନିଶାନ୍ତ ସିଂ ୨୭ ରନ କରିଥିଲେ । ବଲାଙ୍ଗିର ଦଳରୁ ବ୍ରିଜେଶ କୁମାର ୩ ୱିକେଟ, ସୁଜିତ ଜେନା ୨ ୱିକେଟ ଓ ଅମିତ ରାଉତ ୧ ୱିକେଟ ନେଇଥିଲେ । ବଲାଙ୍ଗିର ଦଳ ୧୯୧ ରନ ବିଜୟ ଲକ୍ଷ୍ୟ ନେଇ ସମସ୍ତ ୱିକେଟ ହରାଇ ୧୭ ଓଭରରେ ୧୨୦ ରନ ସଂଗ୍ରହ କରିଥିଲେ । ଦଳ ପକ୍ଷରୁ ବବଲୁ ପାଣିଗ୍ରାହୀ ସର୍ବାଧିକ ୨୮ ରନ ସଂଗ୍ରହ କରିଥିଲେ । ପ୍ରୟାଗରାଜ ଦଳରୁ ଏମ୍‌ଡି ଉମର ୩ ୱିକେଟ, ନିଶାନ୍ତ ସିଂ, ଆଦର୍ଶ କୁମାର ୨ ୱିକେଟ ଲେଖାଏଁ ନେଇଥିଲେ । ପ୍ରୟାଗରାଜ ବଲାଙ୍ଗିର ଦଳକୁ ୭୦ ରନ୍‌ରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି । ଓସିଏ ଅମ୍ପାୟାର ଚୁଡ଼ାମଣି ପାଢ଼ୀ ଓ ବିଶ୍ୱାମ୍ବର ମହାକୁର ଖେଳ ପରିଚାଳନା କରିଥିଲେ । ଆକାଶ ସାହୁ ଓ ସୁରଜ ସାହୁ ସ୍କୋରର ଥିବା ବେଳେ ପତିତପାବନ ସାହୁ ଓ ପ୍ରହ୍ଲାଲାଦ ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଛିନ୍ଦେଇକେଲା ସରପଞ୍ଚ ସୁଭାଷିନୀ ନନ୍ଦ ଯୋଗଦେଇ ପ୍ରୟାଗରାଜ ଦଳର ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଅଧିନାୟକ ଏମ୍‌ଡି ଉମରକୁ ମ୍ୟାନ ଅଫ୍ ଦି ମ୍ୟାଚ୍‌ ଦେଇ ପୁରସ୍କୃତ କରିଥିଲେ । ପତିତପାବନ ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଉପଦେଷ୍ଟା ପ୍ରମୋଦ ସାହୁ, ପ୍ରଶାନ୍ତ ସାହୁ, ନିରାକାର ରଣା, ହେମସାଗର ସାହୁ, କମିଟି ସଭ୍ୟ ସିପୁନ ସାହୁ, ନରେଶ ସାହୁ, ରୂପକ ସେଠ, ନିକୁ ସାହୁ, ଗଜିନ ବରିହା, ରିଷଭ ସାହୁ ଓ ପୁସ୍ତମ ବଗର୍ତ୍ତୀ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତାକାଲି କଣ୍ଟାବାଞ୍ଜି ଓ ପ୍ରୟାଗରାଜ ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳାଯିବ ବୋଲି ଉପଦେଷ୍ଟା ରୋହିତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.