jayashree

ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ବିଶ୍ୱ ଏଡ଼୍‌ସ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଯୁବ ରେଡ଼କ୍ରସ, ରେଡ ରିବନ କ୍ଲବ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ତଥା ଅନ୍ତର୍ଜାତୀୟ ଅନୁଷ୍ଠାନ, ଅରୁଣା, ବ୍ରହ୍ମପୁର ମିଳିତ ସହଯୋଗରେ ମହାବିଦ୍ୟାଳୟ ପରିସରରେ, ଅନ୍ତଃ ମହାବିଦ୍ୟାଳୟ ବିଶ୍ୱ ଏଡ଼୍‌ସ ଦିବସ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ସଭାପତିତ୍ୱ କରି ଏଡ଼୍‌ସ ନିରାକରଣ କ୍ଷେତ୍ରରେ ରେଡ ରିବନ କ୍ଲବର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଭାବରେ ଶିଶୁରୋଗ ବିଶେଷଜ୍ଞ ତଥା ଉପ ନିର୍ଦେଶକ ଡ଼ଃ. ଅଲେଖ ଚନ୍ଦ୍ର ପ୍ରଧାନ ସାମ୍ପ୍ରତିକ ସମୟରେ ଏଡ଼୍‌ସ ପ୍ରସାରର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରି, ଏହି କ୍ଷେତ୍ରରେ କାର୍ଯ୍ୟ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପ୍ରାକ୍ତନ ପ୍ରାଧ୍ୟାପକ ଡ଼. ବନବିହାରୀ ପାଣିଗ୍ରାହୀ ଯୁବସମାଜ ସଚେତନତାର ବାର୍ତ୍ତା ପ୍ରଚାର କରିବା ନିମନ୍ତେ ଅନୁରୋଧ କରିଥିଲେ । ଅରୁଣାର ନିର୍ଦେଶକ ଲୋକନାଥ ମିଶ୍ର ନିଜର ଦୀର୍ଘ ୩୦ ବର୍ଷର ଅଭିଜ୍ଞତା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅଭିବ୍ୟକ୍ତ କରିଥିଲେ । ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଜିତ କୁମାର ସେଠୀ ଏହି କ୍ଷେତ୍ରରେ ନିଜର ଅଙ୍ଗିକାର ବଦ୍ଧତା ସମ୍ପର୍କରେ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରରେ ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ, ସ୍ନାତକ ମହିଳା ମହାବଦ୍ୟାଳୟ, ପ୍ରତିଭା ଆବାସିକ ମହାବିଦ୍ୟାଳୟ, ତଥା ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇ ନିଜର ମତବ୍ୟକ୍ତ କରିଥିଲେ । ଅବସର ପ୍ରାପ୍ତ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ, ଯୁବ ରେଡ଼କ୍ରସ ପରାମର୍ଶଦାତା ଡ଼. ମିଲମିତା ପାଢ଼ୀ ଧନ୍ୟବାଦ ଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅରୁଣାର ପ୍ରତିନିଧି ସୁନୀଲ କୁମାର ପ୍ରଧାନ, ସଚ୍ଚିକାନ୍ତ ସାହୁ, ମନୀଷାରାଣୀ ବେହେରା, ମନୋଜ ବେହେରା ଏବଂ ସୁସ୍ମିତା ଭୋଇ ପରିଚାଳନା କରିଥିଲେ ।

Leave A Reply

Your email address will not be published.