ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସରେ ଅନନ୍ୟ ଗୁରୁ ପୂଜନ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟ ସଭା ଗୃହରେ ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ହିନ୍ଦି ଶିକ୍ଷକ ନନ୍ଦିଘୋଷ ବାରିକ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାର ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ଗୁରୁମାନଙ୍କୁ ଫୁଲ, ଚନ୍ଦନ ଲଗାଇବା ସହ ଗୁରୁଙ୍କ ପଦଧୌତ କରି ଗୁରୁ ବନ୍ଦନା କରିଥିଲେ । ସଭାରେ ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୁଝାରୀ, ଅତିଥି ଶିକ୍ଷକ ନରେନ୍ଦ୍ର କୁମାର ସାହୁ ଯୋଗଦେଇ ଆମ ଦେଶର ଗୁରୁ ଶିଷ୍ୟ ପରମ୍ପରାର ସ୍ମୃତିଚାରଣ କରିଥିଲେ । ଛାତ୍ରୀ ଜମନିକା ନାୟକ ଓ ଅର୍ଚ୍ଚିତା ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଦଶମ ଶ୍ରେଣୀର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପୂଜା, ଝରଣା, ଲିପ୍ସା, କ୍ରିଶ୍, ଶୁଭଶ୍ରୀ ନିଜ ନିଜ ବକ୍ତବ୍ୟ ମାଧ୍ୟମରେ ଗୁରୁଙ୍କ ଭୂମିକା ଛାତ୍ରଛାତ୍ରୀ ଜୀବନରେ କେତେ ମହତ୍ତ୍ଵ ରଖେ ତାହା ପ୍ରକାଶ କରିଥିଲେ । ଶେଷରେ ଆଲୁମିନୀ ସଦସ୍ୟ କିରଣ କୁମାର ପଟେଲ ପ୍ରମୁଖ ଧନ୍ୟବାଦ୍ ଅର୍ପଣ କରିଥିଲେ । ସଭାରେ ସ୍ନିଗ୍ଧା ପ୍ରଧାନ, ବିଭୀଷଣ ଖମାରୀ, ମିନିକେତନ୍, ସୁରଜ୍, ସମୀର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.