ପାଇକମାଲ ହାଇସ୍କୁଲରେ ଜାତୀୟ ମହାକାଶ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ବିଜ୍ଞାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଟ୍ଟନାୟକ ଚନ୍ଦ୍ରୟାନ- ୩ର ଚନ୍ଦ୍ର ପୃଷ୍ଠରେ ଅଗଷ୍ଟ ୨୩ ତାରିଖରେ ସଫଳ ଅବତରଣ ଲେଣ୍ଡର ବିକ୍ରମ ଓ ପ୍ରଜ୍ଞାନର ଉପଲବ୍ଧି ସମ୍ବନ୍ଧରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ବିଜ୍ଞାନ ଶିକ୍ଷୟତ୍ରୀ ନିରୁପମା ସାହୁ ଭାରତୀୟ ବୈଜ୍ଞାନିକଙ୍କ ଅନ୍ତରୀକ୍ଷ ସମ୍ବନ୍ଧରେ ଉପଲବ୍ଧି ସମ୍ବନ୍ଧରେ ବିବରଣୀ ପ୍ରଦାନ କରିଥିଲେ । ଲଲିତ କୁମାର ବିଶ୍ୱାଳ ପାୱାର ପଏଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ଅନ୍ତରୀକ୍ଷ ଅଭିଯାନର ସମ୍ପୂର୍ଣ୍ଣ ଇତିହାସ ଉପସ୍ଥାପନ କରିଥିଲେ । ଛାତ୍ରୀ ତେୟସ୍ମୟୀ ପ୍ରଧାନ ଭାରତୀୟ ବୈଜ୍ଞାନିକ ମହାକାଶ ଗବେଷଣା ସମ୍ପର୍କରେ ସୂଚନା ଦେଇଥିଲେ । ଏଥିରେ ନବମ ଓ ଦଶମ ଶ୍ରେଣୀର ୧୫୫ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କର କୁଇଜ୍ ପ୍ରତିଯୋଗିତା କରି ପୁରସ୍କୃତ ଆୟୋଜନ କରାଯାଇଥିଲା । ପରିଶେଷରେ ବବିତା ବେହେରା, ସୁଦାମ ପାଣ୍ଡେ, ମଧୁସ୍ମିତା ମେହେର, ରଜତ କୁମାର ସାହୁ, ମନୋଜ କୁମାର ସାହୁ, ସ୍ଵାଧୀନ ବେହେରା, ଅମିତ୍ କୁମାର ସାହୁ ସହଯୋଗ କରିଥିଲେ ଏବଂ ତ୍ରିଲୋଚନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.