ବିଶ୍ୱ ମହୁମାଛି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ‘ବିଶ୍ୱ ମହୁମାଛି ଦିବସ’ ପ୍ରତିବର୍ଷ ଅଗଷ୍ଟ ତୃତୀୟ ଶନିବାରରେ ପାଳନ କରାଯାଏ । ଆମ ପରିବେଶ ଏବଂ ଦୈନନ୍ଦିନ ଜୀବନରେ ମହୁମାଛି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପରିବେଶବିତ୍ ତଥା ମହୁମାଛି ବିଶେଷଜ୍ଞ ମାନେ ଏହି ଦିବସ ପାଳନ ମାଧ୍ୟମରେ ସଚେତନତା ଜାଗ୍ରତ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରନ୍ତି । ଏହା ମଧ୍ୟ ମହୁମାଛି ସମ୍ମୁଖୀନ ହେଉଥିବା ଆହ୍ଵାନ ଗୁଡିକ ବିଷୟରେ ଆଲୋକପାତ କରିଥାଏ ଯଥା ସେମାନଙ୍କ ପ୍ରାକୃତିକ ବାସସ୍ଥାନ ନଷ୍ଟ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାଣ ଘାତକ କୀଟନାଶକ ବ୍ୟବହାର ଜନିତ ବିପଦ । ମହୁମାଛି ପରିବେଶ ସଂରକ୍ଷଣ, ଉଦ୍ଭିଦର ପରାଗ ସଙ୍ଗମ, କୃଷିକୁ ସମୃଦ୍ଧ କରିବା ଏବଂ ଜୈବ ବିବିଧତାର ବିକାଶ ପାଇଁ ଜରୁରୀ ଅଟେ । ସେମାନେ ଆମକୁ ମହୁ ତଥା ମହମବତୀ ପାଇଁ ମହମ ଯୋଗାଇଥାନ୍ତି । ୨୦୨୪ ପାଇଁ ଥିମ୍ ହେଉଛି ‘ଯୁବକମାନଙ୍କ ସହିତ ମହୁମାଛି ଜଡିତ’ । ଉଦ୍ଧେଶ୍ୟ ହେଉଛି ମହୁମାଛି ସଂରକ୍ଷଣ, ମହୁ ଚାଷ ଏବଂ ସ୍ଥାୟୀ କୃଷିରେ ଅଂଶଗ୍ରହଣ କରିବାକୁ ଯୁବ ଗୋଷ୍ଠୀଙ୍କୁ ଉତ୍ସାହିତ କରିବା । ‘ଯଦି ମହୁମାଛି ପୃଥିବୀ ପୃଷ୍ଟରୁ ଅଦୃଶ୍ୟ ହୋଇଯାଏ, ତା’ହେଲେ ମଣିଷକୁ କେବଳ ଚାରି ବର୍ଷ ଜୀବନ ବଞ୍ଚିବା ପାଇଁ ବାକି ରହିବ । ମହୁମାଛି ନାହିଁ ତ ପରାଗ ସଙ୍ଗମ ହେବ ନାହିଁ, ଆଉ ଉଦ୍ଭିଦ ରହିବ ନାହିଁ କି ପ୍ରାଣୀ ରହିବେ ନାହିଁ, ମଣିଷ ମଧ୍ୟ ରହିବେ ନାହିଁ ।

Leave A Reply

Your email address will not be published.