oom

ବିଶ୍ୱ ଅଙ୍ଗ ଦାନ ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଅଙ୍ଗ ଦାନର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ‘ବିଶ୍ୱ ଅଙ୍ଗ ଦାନ ଦିବସ’ ପ୍ରତିବର୍ଷ ଅଗଷ୍ଟ ୧୩ରେ ପାଳନ କରାଯାଏ । ଏହି ଦିବସ ପାଳନର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ଅଧିକ ଜୀବନ ବଞ୍ଚାଇବା ପାଇଁ ମୃତ୍ୟୁ ପରେ ଅଙ୍ଗ ଦାନ କରିବାର ଗୁରୁତ୍ୱ ଉପରେ ଉତ୍ସାହିତ କରିବା ଏବଂ ଶିକ୍ଷା ଦେବା । ଅଙ୍ଗ ଦାନ କରିବା ହେଉଛି ଏକ ପ୍ରକ୍ରିୟା ଯାହା ଅଙ୍ଗ ଦାତା କିମ୍ବା ସେମାନଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ସମ୍ମତି ସହିତ ନିଜ ଅଙ୍ଗକୁ ଆଇନଗତ ଭାବେ କାଢି ଅନ୍ୟ ଜଣକୁ ସ୍ଥାନାନ୍ତର କରାଯାଏ, ଯେଉଁଠାରେ ଦାତା ଜୀବିତ କିମ୍ବା ମୃତ ଥାଆନ୍ତି । ଅତୀତରେ ମହାମାରୀ ଏବଂ ଅଙ୍ଗ ବିଫଳତା ହେତୁ ଅନେକ ଜୀବନ ନଷ୍ଟ ହୋଇଛି । ଅଙ୍ଗ ଅଭାବ ହେତୁ ଅନେକ ଅଭାବୀ ରୋଗୀ ପ୍ରାଣ ହରାନ୍ତି । ଗୋଟିଏ ଦୟାଶୀଳ ପଦକ୍ଷେପ ହୃତପିଣ୍ଡ, ବୃକକ ବା କିଡନୀ, ଅଗ୍ନାଶୟ, ଫୁସଫୁସ, ଲିଭର ବା ଯକୃତ, ଅନ୍ତନଳୀ, ହାତ, ମୁଖ ମଣ୍ଡଳ, ଟିସୁ ବା କୋଷ, ଅସ୍ଥି ମଜ୍ଜା ଏବଂ ଷ୍ଟେମ୍ କୋଷ ଦାନ କରି ୮ ଜଣଙ୍କ ଜୀବନ ରକ୍ଷା କରିପାରିବ । ଚଳିତ ବର୍ଷ ବିଶ୍ୱ ଅଙ୍ଗ ଦାନ ଦିବସ ପାଇଁ ସ୍ଲୋଗାନ୍ ହେଉଛି ‘ଆଜି ଜଣେ କାହାର ମୁହଁରେ ହସ ଦେଖିବାର କାରଣ ହୁଅ’ ଏହି ସ୍ଲୋଗାନର ଲକ୍ଷ ହେଉଛି ଅଙ୍ଗ ଦାନର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଅଙ୍ଗ ଦାତା ହେବା ପାଇଁ ବ୍ୟକ୍ତିବିଶେଷଙ୍କୁ ପ୍ରେରଣା ଦେବା । ଅଙ୍ଗ ଦାନ ହେଉଛି ଜୀବନର ସର୍ବଶ୍ରେଷ୍ଠ ଅବଦାନ । ନିଜେ ବଞ୍ଚିବା ସହିତ ତୁମର ଅଙ୍ଗର କ୍ଷମତା ଅଛି ଅନ୍ୟମାନଙ୍କର ଜୀବନ ବଞ୍ଚାଇବାକୁ- ଏକ ପବିତ୍ର ଉପହାର ଦେବାକୁ ଚିନ୍ତା କର । ଯଦି ତୁମ ସମ୍ପର୍କୀୟ ଜାଣୁଛନ୍ତି କୌଣସି ଆକସ୍ମିକ ଦୁର୍ଘଟଣା କିମ୍ବା ଅସାଧ୍ୟ ରୋଗ ବ୍ୟାଧିର ଶିକାର ହୋଇଛ ଏବଂ ଆଉ ବଞ୍ଚିବାର ଆଶା ନାହିଁ ତେବେ ତୁମ ଅଙ୍ଗ ଦାନ ଫଳରେ ଅନ୍ୟ କେହି ଜଣେ ଉପକୃତ ହୁଅନ୍ତୁ ।

jittmm
Leave A Reply

Your email address will not be published.