oom

ସମ୍ବଲପୁରୀ ଦିବସ ଉପଲକ୍ଷେ ଆଲୋଚନା ଚକ୍ର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଏବଂ ଆଇ. କ୍ୟୁ. ଏ. ସି. ର ମିଳିତ ଆନୁକୁଲ୍ୟରେ ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡାଙ୍କ ସଭାପତିତ୍ୱରେ ‘ସମ୍ବଲପୁରୀ ଗୀତ୍ ଆର୍ ଆମର ସଂସ୍କୃତି’ ଶୀର୍ଷକ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି ଆଲୋଚନା ଚକ୍ରରେ ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ, ବିଭୂତି ଭୂଷଣ ପଟ୍ଟନାୟକ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ଡ. ଅକ୍ଷୟ କୁମାର ପଣ୍ଡା ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ଖଗେଶ୍ୱର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ. ସରୋଜ କୁମାର ନାୟକ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ସର୍ବପ୍ରଥମେ ଅଧ୍ୟକ୍ଷ ଶ୍ରୀ ପଣ୍ଡା ମହୋଦୟ ସମସ୍ତ ଆମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ସମ୍ବଲପୁରୀ ଭାଷାର ଉତ୍ପତ୍ତି ଏବଂ ସମ୍ବଲପୁରୀ ଦିବସ ପାଳନର କାରଣ ଉପରେ ଆଲୋକପାତ କରି କେତେକ ପ୍ରସିଦ୍ଧ ସମ୍ବଲପୁରୀ ଗୀତ ଗାନ କରି ଛାତ୍ରଛାତ୍ରୀମାନଙ୍କୁ କବି ହେବା ପାଇଁ ଉତ୍ସାହିତ କରିଥିଲେ । ଗୌନ୍ତିଆ ଅଞ୍ଚଳ ମହାବିଦ୍ୟାଳୟର ପାଠାଗାରକୁ ନିଜର ଦୁଇ ଗୋଟି ପୁସ୍ତକ ‘ମିତ୍ରଭାନୁ ଗ୍ରନ୍ଥାବଳୀ’ ଓ ‘ତାଗେ ସୂତା ମାଲେ ଫୁଲ୍’ ଦାନ କରିଥିଲେ । ଏହା ପରେ ବିଭୂତି ପଟ୍ଟନାୟକ ସମ୍ବଲପୁରୀ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମ୍ବଲପୁରୀ ଗୀତ ଗାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଦୁଃଖୀଶ୍ୟାମ ତ୍ରିପାଠୀ ସମ୍ବଲପୁରୀ ଭାଷାର ଲୋକ ପ୍ରିୟତା ଉପରେ ଆଲୋକପାତ କରି ଓଡ଼ିଆ ଏବଂ ସମ୍ବଲପୁରୀ ଗୀତ ଗାନ କରିଥିଲେ । ଡ. ଅକ୍ଷୟ କୁମାର ପଣ୍ଡା ସମ୍ବଲପୁରୀ ଭାଷାର ମହତ୍ତ୍ଵ ଉପରେ ଆଲୋକପାତ କରି ସମ୍ବଲପୁରୀ କବି ମାନଙ୍କର ଅବଦାନ ଉପରେ ଟିପ୍ପଣୀ ପ୍ରଦାନ କରିଥିଲେ । ଏହି ଦିବସ ଉପଲକ୍ଷେ ଅଧ୍ୟାପକ ସନ୍ତୋଷ କୁମାର ମିଶ୍ରଙ୍କ ଲିଖିତ ପୁସ୍ତକ ‘କଥା ସରିତ୍ ସାଗର’ର ଉନ୍ମୋଚନ ହୋଇଥିଲା । ଅଞ୍ଚଳ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ସମ୍ବଲପୁରୀ ଦିବସ ଉପଲକ୍ଷେ ନିଜର ଅଭିଭାଷଣ ଦେଇଥିଲେ । କାର୍ଯ୍ୟକ୍ରମର ଶେଷରେ ପ୍ରାଧ୍ୟାପକ ଡ. ବିରଞ୍ଚି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଭାତ କୁମାର ମହାପାତ୍ର, ନବକୃଷ୍ଣ ମିଶ୍ର, ତାରା ପ୍ରସାଦ ଶତପଥୀ, ପ୍ରମୋଦ କୁମାର ତ୍ରିପାଠୀ, ସନ୍ତୋଷ କୁମାର ମିଶ୍ର, ଡ. ତୁଷାରକାନ୍ତ ସାହୁ, ପ୍ରମୋଦ କୁମାର ପାଣିଗ୍ରାହୀ, ଜୟ କୁମାର ଭୁଏ, ଶ୍ରୀମତୀ ପଦ୍ମିନୀ ଦୋରା ଶ୍ରୀମତୀ ଝୁନୁ ପରିଡ଼ା, ଶ୍ରୀମତୀ ତାପିନୀ ପଣ୍ଡା, ଶ୍ରୀମତୀ ଶର୍ମିଲା ପଣ୍ଡା ଏବଂ ଅନ୍ୟାନ୍ୟ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.