ତାପଜ ଇଞ୍ଜିନିୟର ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ତାପଜ ଇଞ୍ଜିନିୟରିଂ ହେଉଛି ଉତ୍ତାପ ଶକ୍ତିର ଗତି ଏବଂ ଏହାର ସ୍ଥାନାନ୍ତର ବା ରୂପାନ୍ତର ବିଷୟରେ କାରିଗରୀ ଜ୍ଞାନ କୌଶଳ । ଶକ୍ତି ଦୁଇଟି ମାଧ୍ୟମ ମଧ୍ୟରେ ସ୍ଥାନାନ୍ତରିତ ହୋଇପାରେ କିମ୍ବା ଅନ୍ୟାନ୍ୟ ଶକ୍ତିରେ ରୂପାନ୍ତରିତ ହୋଇପାରେ । ଜଣେ ଥର୍ମାଲ୍ ଇଞ୍ଜିନିୟର ବା ତାପଜ ଯନ୍ତ୍ରୀ ଥର୍ମୋଡାଇନାମିକ୍ସ ଏବଂ ଉତ୍ପାଦିତ ଶକ୍ତିକୁ ତାପଜ ଉତ୍ସରୁ ରାସାୟନିକ, ଯାନ୍ତ୍ରିକ କିମ୍ବା ବୈଦୁତିକ ଶକ୍ତିରେ ପରିଣତ କରିବାର ପ୍ରକ୍ରିୟା ବିଷୟରେ ଜ୍ଞାନ ଅର୍ଜନ କରିଥାନ୍ତି । ଥର୍ମାଲ୍ ଇଞ୍ଜିନିୟର ଆବଶ୍ୟକ କରୁଥିବା କିଛି ସିଷ୍ଟମ୍ ମଧ୍ୟରେ ବ୍ରଏଲର, ଉତ୍ତାପ ପମ୍ପ, ୱାଟର ପମ୍ପ, ଇଞ୍ଜିନ ଏବଂ ଆହୁରି ଅଧିକ କିଛି ଅନ୍ତର୍ଭୁକ୍ତ । ଅନେକ ଶିଳ୍ପରେ ଥର୍ମାଲ୍ ଇଞ୍ଜିନିୟର୍ ନିୟୋଜିତ ହୁଅନ୍ତି, ମୁଖ୍ୟତଃ ତାହା ହେଉଛି ଅଟୋମୋବାଇଲ୍ ଉତ୍ପାଦନ ଶିଳ୍ପ, ବାଣିଜ୍ୟିକ ନିର୍ମାଣ ଏବଂ ଉତ୍ତାପ ଭେଣ୍ଟିଲେସନ୍ ଏବଂ କୁଲିଂ ଇଣ୍ଡଷ୍ଟ୍ରି । ଥର୍ମାଲ୍ ଇଞ୍ଜିନିୟର ପାଇଁ ଚାକିରି ସୁଯୋଗ ବହୁତ ବ୍ୟାପକ ଏବଂ ଆଶାଜନକ । ଥର୍ମାଲ୍ ଇଞ୍ଜିନିୟରିଂ ମେକାନିକାଲ୍ ଇଞ୍ଜିନିୟର୍ ଏବଂ ରାସାୟନିକ ଇଞ୍ଜିନିୟର୍ମାନଙ୍କ ଦ୍ୱାରା ନିପୂଣ ଭାବରେ ସମ୍ପାଦନ ହୋଇପାରେ । ଏକ ନିର୍ଦ୍ଦିଷ୍ଟ ଥର୍ମାଲ୍ ଇଜିନିୟରିଂ ସମସ୍ୟାର ସମାଧାନ ପାଇଁ ନିମ୍ନଲିଖିତ ଶାସ୍ତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ କିମ୍ବା ଅଧିକ ଜଡିତ ହୋଇପାରେ, ଯଥା ଥର୍ମୋଡାଇନାମିକ୍ସ, ଫ୍ଲୁଇଡ୍ ମେକାନିକ୍ସ, ହିଟ୍ ଟ୍ରାନ୍ସଫର, କିମ୍ବା ମାସ୍ ଟ୍ରାନ୍ସଫର । ଥର୍ମାଲ୍ ଇଞ୍ଜିନିୟରିଂରେ ବାରମ୍ବାର ବ୍ୟବହୃତ ଜ୍ଞାନର ଗୋଟିଏ ଶାଖା ହେଉଛି ଥର୍ମୋଫ୍ଲୁଏଡ୍ । ଆଧୁନିକ ଜୀବନରେ ଥର୍ମାଲ୍ ଇଞ୍ଜିନିୟର୍ମାନଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ଜାତୀୟ ତାପଜ ଇଞ୍ଜିନିୟର ଦିବସ ପାଳନ କରାଯାଏ । ଥର୍ମାଲ୍ ଇଞ୍ଜିନିୟର୍ମାନଙ୍କ ନିଷ୍ଠାପର କାର୍ଯ୍ୟ ହେତୁ ଆଜିର ଅନେକ ସୁବିଧା ସୁଯୋଗ ସମ୍ଭବ ହେଇପାରୁଛି । ଏକ ସାଧାରଣ ମୋବାଇଲ୍ ଫୋନ୍ ଠାରୁ ଆରମ୍ଭ କରି ଏୟାର କଣ୍ଡିସିନର, ମଟର କାର ଇଞ୍ଜିନ ପର୍ଯ୍ୟନ୍ତ, ପ୍ରାୟ ପ୍ରତ୍ୟେକ ଆଧୁନିକ ଉପକରଣ ଉତ୍ତମ ଥର୍ମାଲ୍ ଇଞ୍ଜିନିୟରିଂରୁ ହିଁ ଲାଭ ମିଳିଥାଏ । ଏହି ଦିନଟି ଆମେରିକାରେ ‘ଆଡଭାନ୍ସଡ ଥର୍ମାଲ୍ ସଲ୍ୟୁସନ୍ସ, ଇନ’ ଦ୍ୱାରା ସ୍ଥାପିତ ହୋଇଥିଲା, ତେବେ ଏହି ଦିବସକୁ ଇନ୍‌ଜିନିୟରିଂ ସମ୍ପ୍ରଦାୟ ଏବଂ ସଂସ୍ଥା ଦ୍ୱାରା ବିଶ୍ୱବ୍ୟାପୀ ପାଳନ କରାଯାଏ । ଆପଣଙ୍କୁ ଥର୍ମାଲ୍ ଇଞ୍ଜିନିୟର ଦିବସର ଅଭିନନ୍ଦନ ଓ‌ ଶୁଭେଚ୍ଛା ।

Leave A Reply

Your email address will not be published.