oum

ଗଞ୍ଜାମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଛତ୍ରପୁର ଠାରେ ପାଳିତ

jsm
  • ଯୋଗ ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକତା ଭାବରେ ଅନେକ ଲାଭପ୍ରଦ ହୋଇଥାଏ – ସାଂସଦ ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ରିଜର୍ଭ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଆଡମ୍ବରପୂର୍ଣ୍ଣ ସହକାରେ ଶୁକ୍ରବାର ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଅନୁଷ୍ଠିତ ଏହି ଯୋଗ ଦିବସରେ ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଅବଗତ କରାଇଥିଲେ ଯେ, ୨୦୧୫ ମସିହା ଜୁନ ୨୧ ତାରିଖରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଥିଲା ଓ ସେହି ଦିନ ଠାରୁ ଏହି ଦିବସ ପାଳିତ ହୋଇଆସୁଛି । ମିଳିତ ଜାତି ସଙ୍ଘର ସାଧାରଣ ସଭାର ୬୯ତମ ଅଧିବେସନରେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୨୦୧୪ ସମ୍ବୋଧନରେ ଯୋଗ ଦିବସ ସମ୍ପର୍କରେ ପରାମର୍ଶ ଦେଇଥିଲେ । ତାର ପରବର୍ତୀ ସମୟରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ୧୯୩ ଜଣ ସଦସ୍ୟ ୨୧ ଜୁନରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିବାକୁ ରାଜି ହୋଇଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ଦିବସ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି । ଯୋଗ – ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ ବୋଲି ମତରଖି ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସହ ସମାଜକୁ ଦିଗଦର୍ଶନ ଦେଇଥିଲେ । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ପୌର ପରିଷଦ ଅଧ୍ୟକ୍ଷା ସର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଯୋଗଦେଇ ଯୋଗର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇଥିଲେ । ପ୍ରତ୍ୟେକେ ଦିନ ଯୋଗ ଅଭ୍ୟାସ କରିବାକୁ ପରାମର୍ଶ ଦେଇଥିଲେ । ଛତ୍ରପୁର ଓକିଲ ସଙ୍ଘର ସଭାପତି ପ୍ରଦୀପ ପାଢ଼ୀ ଏବଂ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମୁନା ଦାସ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉନ୍ନୟନ ଅଧିକାରୀ ମଧୁମିତା ମଞ୍ଚାସୀନ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସମସ୍ତ ଅତିଥିମାନଙ୍କ ଗହଣରେ ସ୍ଥାନୀୟ ଜନସାଧାରଣ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ପ୍ରଶିକ୍ଷକ ସୁଶ୍ରୀ ସୁନିତା ପାତ୍ର, ପ୍ରିୟ ରଞ୍ଜନ ପାତ୍ର ଓ ସନ୍ତୋଷ କୁମାର ବିଶ୍ୱାଳ ଯୋଗ ସମ୍ପର୍କରେ ଅନେକ ତଥ୍ୟ ପ୍ରକାଶ କରି ଯୋଗର ଉପଯୋଗିତା ସମ୍ବନ୍ଧରେ ପରାମର୍ଶ ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟି, ସୁଧାଂଶୁ କୁମାର ଭୋଇ, ଗଞ୍ଜାମ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରି ପ୍ରତାପଚନ୍ଦ୍ର ପ୍ରଧାନ, ଅତିରିକ୍ତ ଉପଜିଲ୍ଲାପାଳ ଦେବବ୍ରତ ମହନ୍ତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳଙ୍କ ସମେତ ବହୁ ଲୋକ ପ୍ରତିନିଧି, କ୍ରୀଡ଼ାବିତ, ସାମ୍ବାଦିକ ଓ ସ୍ଥାନୀୟ ଜନସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.