om academy

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

jsm

ବିଷ୍ଣୁମୁଣ୍ଡା, (କେପିଏନ୍‌ଏସ୍‌) : ବଚପନ୍ ନଗର ସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲ, ବଲାଙ୍ଗଶର ଗ୍ରୀଷ୍ମ ଅବକାଶ ପରେ ଆରମ୍ଭ ହୋଇଥିଲା । ଆଜି ବିଦ୍ୟାଳୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା । ଏହି ସମାରୋହରେ ବିଦ୍ୟାଳୟର ନିର୍ଦ୍ଦେଶକ ଅଜିତ କୁମାର ଶତପଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ, ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିବା ସହ ଯୋଗର ସୁବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟର ଏକାଡେମିକ ନିର୍ଦ୍ଦେଶକ ପ୍ରଦୀପ କୁମାର ପୁରୋହିତ ଯୋଗର ଉପଦୟେତା ସମ୍ପର୍କରେ ବିଷାଦ ଭାବେ ବ୍ୟାଖ୍ୟା କରିଥିଲେ । କ୍ରୀଡା ଶିକ୍ଷକ ଜଗନ ମୋହନ ନାଥ ଏବଂ ଗୁପ୍ତେ ପାଧାନ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୋଗାଭ୍ୟାସ ପ୍ରଦର୍ଶନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଉତ୍ସାହର ସହ କାର୍ଯ୍ୟକ୍ରମରେ ଯୋଗ ନେଇଥିବା ସହ ଏଥିରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.