centurian jitm

ପଥରଚେପାରେ ଆଦର୍ଶ ସ୍କୁଲର ଜିଲ୍ଲାସ୍ତରୀୟ ୮ମ ପ୍ରତିଷ୍ଠା ଦିବସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ନିକଟସ୍ଥ ପଥରଚେପା ଆଦର୍ଶ ସ୍କୁଲଠାରେ ଜିଲ୍ଲାର ୧୪ଟି ଆଦର୍ଶ ସ୍କୁଲକୁ ନେଇ ଜିଲ୍ଲାସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୋଟ ୪୯୭ଜଣ ବିଭିନ୍ନ ପ୍ରତିଯୋଗୀତାରେ ଭାବ ନେଇଥିବା ଛାତ୍ରଛାତ୍ରୀଙ୍କୁ ନେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଏଥିରେ ତର୍କ, କ୍ୱିଜ, ସୋଲୋଡେନ୍ସ, ସୋଲୋଏକ୍ସନ, ଗ୍ରୁପ ଡେନ୍ସ ଇତ୍ୟାଦି ୨୫ଟି ଇଭେଣ୍ଟରେ ପ୍ରତିଯୋଗୀତା ହୋଇଥିଲା । ମୋଟ ୨୫ଟି ଇଭେଣ୍ଟରୁ ବଲାଙ୍ଗିର ପଥରଚେପା ଆଦର୍ଶ ସ୍କୁଲକୁ ମୋଟ ୧୦ଟି ଇଭେଣ୍ଟରେ ପ୍ରଥମ ସ୍ଥାନ ଓ ୫ଟିରେ ଦ୍ୱିତୀୟ ସ୍ଥାନ ମିଳିଥିବା ଜଣାଯାଇଛି । ପ୍ରତିଯୋଗୀତା ପରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଆଦର୍ଶ ସ୍କୁଲର ନୋଡାଲ ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବଚରଣ ବେହେରା, ମହିମୁଣ୍ଡା ସ୍କୁଲର ଅଧ୍ୟକ୍ଷ ଅଶୋକ ଖଟୁଆ, ବିବିନା ଆଦର୍ଶ ସ୍କୁଲର ଅଧ୍ୟକ୍ଷ ଗୋଲକଚନ୍ଦ୍ର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ସହିତ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଜିଲ୍ଲାପାଳ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନେ ସ୍କୁଲ ଜୀବନରୁ ହିଁ ସଫଳତାର ସ୍ୱପ୍ନ ଦେଖିଥାନ୍ତି ଓ ପରବର୍ତ୍ତୀ ସମୟରେ ତାହା ତାଙ୍କ ଜୀବନରେ ପ୍ରତିଫଳିତ ହୋଇଥାଏ ବୋଲି କହିଥିଲେ । ଏହି ଅବସରରେ ସମାଜସେବା ପାଇଁ ବରିଷ୍ଠ ଡାକ୍ତର ଡ.ନନ୍ଦକିଶୋର ପାଢୀ ଓ କଳା ସଂସ୍କୃତି ପାଇଁ ମୂରଲୀଧାରୀ ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ୧୪ଟି ବ୍ଲକ ଅଞ୍ଚଳରେ ଥିବା ୧୪ଟି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକଗଣ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.