ବିଶ୍ୱ ଧ୍ୟାନ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧ୍ୟାନ ଦ୍ୱାରା ଶାରୀରିକ ସୁସ୍ଥତା ମାନସିକ ବିକାଶ ଏବଂ ଆଧ୍ୟାତ୍ମିକ ସିଦ୍ଧି ସମ୍ଭବ ହୋଇଥାଏ । ୧୯୯୫ ମସିହା ଠାରୁ ମେ ୨୧ରେ ‘ବିଶ୍ୱ ଧ୍ୟାନ ଦିବସ’ ପାଳନ କରାଯାଉଛି । ଧ୍ୟାନ ହେଉଛି ଏଭଳି ଏକ କୌଶଳ ଯାହା ଚେତନ ଅବସ୍ଥାକୁ ଏକ ଉଚ୍ଚ ସୋପାନରେ ପହଞ୍ଚାଇ ଥାଏ । ଏହା ଆତ୍ମିକ ସଚେତନତାକୁ ଉଚ୍ଚତର ସ୍ଥିତିକୁ ନେଇଯାଏ । ଧ୍ୟାନ ଶରୀରର ସୁସ୍ଥତା ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଧ୍ୟାନ ଖ୍ରୀଷ୍ଟ ପୂର୍ବ ୧୫୦୦ରୁ ଭାରତରେ ପ୍ରଚଳିତ ଥିବା ଜଣା ପଡେ । ଏହା ବେଦାନ୍ତ ଦର୍ଶନରୁ ଆଦୃତ ହୋଇଛି । ଧ୍ୟାନ ଉଭୟ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଅତ୍ୟନ୍ତ ଉପାଦେୟ । ଏହା ବ୍ୟକ୍ତିଙ୍କୁ ଚିନ୍ତା ମୁକ୍ତ କରେ, ଅବସାଦ ବୋଧ ଏବଂ ନିଦ୍ରାରେ ଅନିୟମିତତା ସମସ୍ୟା ଦୂର ହେବାରେ ଔଷଧ ଭଳି କାର୍ଯ୍ୟ କରେ । ଧ୍ୟାନ ଏକାଗ୍ରତାକୁ ଶାଣିତ କରିବା ସହିତ ଭାବ ପ୍ରବଣତାକୁ ସକାରାତ୍ମକ ସ୍ୱରୂପ ଦିଏ । ଧ୍ୟାନ ଦ୍ୱାରା ସ୍ମୃତି ଶକ୍ତି ବୃଦ୍ଧି ହୋଇଥାଏ । ଶରୀରରେ ପ୍ରତିରକ୍ଷା ଶକ୍ତି ସଶକ୍ତ କରିବାରେ ଧ୍ୟାନ ଲାଭ ଦାୟକ ହୋଇଥାଏ । ଧ୍ୟାନ ହେଉଛି ଏକ ସୁନ୍ଦର ଅଭ୍ୟାସ ଯାହା ସବୁ ବର୍ଗର ଲୋକଙ୍କ ପାଇଁ ସବୁ ସମୟରେ, ସବୁ ପରିସରରେ ଉପଯୋଗୀ ହୋଇଥାଏ ।

Leave A Reply

Your email address will not be published.