jayashree

ବିଶ୍ୱ ତିମି ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଫେବୃଆରୀ ୧୮ ବିଶ୍ୱ ତିମି ଦିବସ । ମହାସାଗରର ବୃହଦାକାର ଜୀବ ତିମି ବିଷୟରେ ଆଲୋକପାତ କରିବା ପାଇଁ ‘ବିଶ୍ୱ ତିମି ଦିବସ’ ପାଳନ କରାଯାଏ । ଏହି ଚମତ୍କାର ଜୀବ ସେମାନଙ୍କର ସୌନ୍ଦର୍ଯ୍ୟ ତଥା ପାରିବେଶିକ ମୂଲ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହାର ତାତ୍ପର୍ଯ୍ୟ । ୧୯୮୦ ମସିହାରେ ହାୱାଇର ମାଉଇରେ ବିଶ୍ୱ ତିମି ଦିବସ ପ୍ରତିଷ୍ଠା କରାଯାଇଥିଲା ଯାହାର ଲକ୍ଷ୍ୟ ହେଲା ଏହି ଉଷ୍ମ ମଣ୍ଡଳୀୟ ଦ୍ୱୀପ ଉପକୂଳରେ ପହଁରୁଥିବା ହମ୍ପବ୍ୟାକ୍ ତିମିକୁ ଲୋକଲୋଚନକୁ ଆଣିବା । ପ୍ରଶାନ୍ତ ତିମି ପ୍ରତିଷ୍ଠାନର ପ୍ରତିଷ୍ଠାତା ଗ୍ରେଗ କଉଫମାନ ହମ୍ପବ୍ୟାକ୍ ତିମି ବିଲୁପ୍ତ ହେବାର ଆଶଙ୍କା ସମ୍ପର୍କରେ ସଚେତନତା ସୃଷ୍ଟି କରିବାକୁ ଏହି ଦିନ ଆରମ୍ଭ କରିଥିଲେ । ତିମିମାନେ ପୃଥିବୀର ସମସ୍ତ ମହାସାଗରରେ ବାସ କରନ୍ତି । ଦୁଃଖର ବିଷୟ ହେଉଛି, ମହାସାଗରଗୁଡ଼ିକ ପୂର୍ବ ପରି ବର୍ତ୍ତମାନ ସ୍ୱଚ୍ଛ ଓ ସୁସ୍ଥ ନୁହଁନ୍ତି । ବିଭିନ୍ନ ରାସାୟନିକ ପଦାର୍ଥ, ତୈଳ ପଦାର୍ଥ, ପ୍ଲାଷ୍ଟିକ୍ ଏବଂ ଶିଳ୍ପ ବର୍ଜ୍ୟବସ୍ତୁ ଭଳି ବିଷାକ୍ତ ପଦାର୍ଥ ଦ୍ୱାରା ସାମୂଦ୍ରିକ ଜଳ ପ୍ରଦୂଷିତ ହେଉଛି ଯାହା ତିମି ପାଇଁ ଅତ୍ୟନ୍ତ ବିପଦ ଅଟେ । ତିମି ଶାନ୍ତି, ବିଜ୍ଞତା ଏବଂ ଦୀର୍ଘାୟୁତାର ପ୍ରତୀକ ଅଟେ । ପୃଥିବୀ ପୃଷ୍ଠରେ ଆବିର୍ଭାବ ହୋଇଥିବା ପ୍ରଥମ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ତିମିମାନେ ପରିଗଣିତ ହୁଅନ୍ତି । ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ସେମାନେ ସମୁଦ୍ରରେ ଦେଖାଦେଇଥିବା କୁହାଯାଏ । ତିମି ମାଛ ନୁହେଁ, ଏହା ସ୍ତନ୍ୟପାୟୀ ଜଳଜ ପ୍ରାଣୀ । ଗୋଟିଏ ପ୍ରାପ୍ତ ବୟସ୍କ ତିମି ୩୦ ମିଟର ଲମ୍ବ ଏବଂ ଏହାର ଓଜନ ୧,୮୦,୦୦୦ କିଲୋଗ୍ରାମ ଯାହା ୪୦ଟି ହାତୀ କିମ୍ବା ୨,୬୭୦ ମଣିଷ ସହିତ ତୁଳନୀୟ ।

Leave A Reply

Your email address will not be published.