ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସୀମ କରାଟେ ଏକାଡେମୀ ଠାରେ କୁଲୁତା ଦିବସ ଯୁବ ସଭାପତି ଅସୀମ କୁମାର ଭୋଇଙ୍କ ସଭାପତିତ୍ୱରେ ବଡ ସମାରୋହ ସହ ଅନୁଷ୍ଠିତ ହୋଇଯାଇଛି । ଏ ଅବସରରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶ୍ୱନାଥ ବିଶ୍ୱାଲ ଓ ରକ୍ତଦାନ କ୍ଷେତ୍ରରେ ସନ୍ଦୀପ ପ୍ରଧାନଙ୍କୁ ମାନପତ୍ର ଓ ଉପଢୌକନ ସହ ସମ୍ମାନିତ କରାଯାଇଥିଲା । ସମାଜସେବା ପାଇଁ ସମର୍ପଣ କରିଥିବା ଏହି ଯୁବ ସଂଗଠନ ଆଗାମୀ ଦିନରେ ଆହୁରି ଅଧିକ ମାତ୍ରାରେ କୁଲୁତା ସମାଜ ତଥା ମାନବ ସମାଜ ସେବା ପାଇଁ କାମ କରିବାର ମାଁ ରାମଚଣ୍ଡି ଠାରେ ପ୍ରତିଶୃତି ନେଇଛି ଓ ଏହି ସଂଗଠନ ପାଇଁ ସରକାରୀ ଜମିଟିଏ ଜିଲ୍ଲା ପ୍ରଶାସନ ଦ୍ୱାରା ସହଯୋଗ କଲେ ସମଗ୍ର କୁଲୁତା ସମାଜ ଉପକୃତ ହେବେ । ଏଥିରେ ଯୁବ ସଂପାଦକ ଭୁବନେଶ୍ୱର ଭୋଇ, କୋଷାଧ୍ୟକ୍ଷ ଆକାଶ ବିଶ୍ୱାଲ, ତନୁସିୟା ବିଶ୍ୱାଲ, ସୁଧାରାଣୀ ବିଶ୍ୱାଲ, ଜିଲ୍ଲା ସଦସ୍ୟ ସଚିଦାନନ୍ଦ ସାହୁ, ରମାକାନ୍ତ ବିଶ୍ୱାଲ, ଭାରତୀ ପ୍ରଧାନ, ଭାଗ୍ୟଶ୍ରୀ ସାହୁ, ପ୍ରଶାନ୍ତ, ଇଶ୍ୱର ବିଶ୍ୱାଲ, ରୁଦ୍ର ଭୋଇ, ସୁନିଲ ସାହୁ, ଜ୍ୟୋତିର୍ମୟୀ ପ୍ରଧାନ, ଲୋକନାଥ ଭୋଇ, ଅସ୍ମିତା ଭୋଇ ଉପସ୍ଥିତ ଥିବା ବେଳେ ଦିବ୍ୟକାନ୍ତି ପ୍ରଧାନ ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିଲେ ।

jittmm
Leave A Reply

Your email address will not be published.