ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧରିତ୍ରୀ ମା’କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ଵ ଧରିତ୍ରୀ ଦିବସ ରୂପେ ପାଳିତ ହେଉଛି । ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପାୟନ ଓ ମନୁଷ୍ୟର ଆମନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାଆର ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ସଙ୍କଟ ଦେଖାଦେଇଛି । ଏହି ପରିପ୍ରେକ୍ଷିରେ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ତତ୍ଵାବଧାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବଷା ନିଶଂକ, ଏବିଡିଓ ପ୍ରଦୀପ୍ତ ନାୟକ ସମେତ ସମସ୍ତ ବ୍ଲକ ଷ୍ଟାଫ ସାମିଲ ହୋଇଥିଲେ । ଚାଇପୁର ପଞ୍ଚାୟତ ସଡାଗୋଇ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଓ ଗାଁ ପୋଖରୀ ସଫେଇ କରାଯାଇଥିଲା ଏଥିରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧକ୍ଷ୍ୟା, ଉପାଧ୍ୟକ୍ଷ, ଏବିଡିଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଆର୍ଏସ୍, ୱାର୍ଡ ମେମ୍ବର ମାନେ ସାମିଲ ହୋଇଥିଲେ । ସେହିପରି ଘନୀପୁର ପଞ୍ଚାୟତରେ ସରପଞ୍ଚ ପ୍ରତିମା ପାତ୍ର ଓ ସମିତିସଭ୍ୟା ରାଜଲକ୍ଷ୍ମୀ ବେହେରାଙ୍କ ତତ୍ଵାବଧାନରେ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟଣା ପରିସରରେ ବୃକ୍ଷ ରୋପଣ ଶୁଭାରାମ୍ଭ କରାଯାଇଥିଲା । ଏଥିରେ ପଞ୍ଚାୟତ କାର୍ଯ୍ୟନିର୍ବାହ ଅଧିକାରୀ ଅନିରୁଦ୍ଧ ସ୍ୱାଇଁ, ଜିଆର୍ଏସ୍ ସ୍ନେହଲତା ସିଙ୍ଗ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାଶ, ସମାଜ ସେବୀ ପ୍ରକାଶ ଚନ୍ଦ୍ର ପାତ୍ର, ପ୍ରକୃତିବନ୍ଧୁ ଦିଲ୍ଲୀପ ଧାଉଡିଆ, ଦୁର୍ଗା ପ୍ରସାଦ ନାୟକ, ଭରତ କୁମାର ପାତ୍ର, ରଂକନିଧି ବେହେରା, ମହମ୍ମଦ ମୁସ୍ତାକ, ପବିତ୍ର ମୋହନ ସାହୁ, ନିମେଇ ସେନାପତି ପ୍ରମୁଖ ଏହି ମହାନ କାର୍ଯ୍ୟରେ ସାମିଲ ହୋଇଥିଲେ । ଡେଲାଙ୍ଗ କୋଠାବାଡ଼ ପଞ୍ଚାୟତରେ ସରପଞ୍ଚ ଦୀପକ କୁମାର ସାହୁ ତତ୍ଵାବଧାନରେ ବୃକ୍ଷ ରୋପଣ ଓ ପୋଖରୀ ସଫେଇ କାର୍ଯ୍ୟକ୍ରମ ହୋଇଥିଲା । ମୂନିନ୍ଦା ପଞ୍ଚାୟତରେ ସରପଞ୍ଚ ଶେଷଦେବ ବାରିକ ନେତୃତ୍ଵରେ ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ସେହିପରି ଅନ୍ୟାନ୍ନ ଗ୍ରାମ ପଞ୍ଚାୟତରେ ବିଶ୍ଵ ଧରିତ୍ରୀ ଦିବସ ଉତ୍ସାହର ସହ ପାଳନ କରାଯାଇଥିବା ସୂଚନା ମିଳିଛି ।