oom

ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରୀକୁ ଧରିଲା ବଲାଙ୍ଗିର ଟାଉନ୍‌ ପୁଲିସ୍‌

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଉପରମୁହାଁ ବେଆଇନ ଦେଶୀ ବିଦେଶୀ ମଦ କାରବାର ତଥା ବେଆଇନ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବେପାରକୁ ଦମନ କରିବା ପାଇଁ ବଲାଙ୍ଗିର ପୁଲିସ ରୀତିମତ ଚଢ଼ାଉ ଜାରି ରଖିଛି । ପ୍ରତ୍ୟହ ଚାଲିଛି ଧରପଗଡ଼, ଚଢ଼ାଉ । କିନ୍ତୁ ତଥାପି ଆହୁରି ଆହୁରି ମାମଲା ସାମ୍‌ନାକୁ ଆସୁଥିବା ଦେଖିବାକୁ ମିଳୁଛି । ଗତକାଲି ସଂଧ୍ୟା ସାଢେ ୭ଟା ସମୟରେ ସିଭିଲ କୋର୍ଟ ପଛ ପାଖ ତାଲପାଲିପଡ଼ାରୁ ଅବୈଧ ଭାବେ କଫ୍‌ ସିରଫ୍‌ ଓ ନିଶା ଟାବ୍‌ଲେଟ୍‌ ବିକ୍ରି କରୁଥିବା ରାଜ କୁମ୍ଭାର ନାମକ ଜଣେ ବ୍ୟକ୍ତିକୁ କାବୁ କରିଛି ବଲାଙ୍ଗିର ଟାଉନ୍‌ ପୁଲିସ୍‌ । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସଂପୃକ୍ତ ଅଭିଯୁକ୍ତଠାରୁ ୪୯ଟି ସିଲ୍‌ ଥିବା କଫ୍‌ ସିରଫ୍‌ ବୋତଲ ସହ ୭୭ ଷ୍ଟ୍ରିପ୍‌ ଆଲ୍‌ଫାଜେଲମ୍‌ ଆଇପି ୦.୫୦ ଏମ୍‌ଜି ଟାବ୍‌ଲେଟ୍‌, ପୁଣି ୧୩୪ ଷ୍ଟ୍ରିପ୍‌ ଆଲ୍‌ପାଜେଲମ୍‌ ଆଇପି ୦.୫ ଏମ୍‌ଜି ଟାବ୍‌ଲେଟ୍‌, ପ୍ରାୟ ୫୦୦ମି.ଲି. ନାରଙ୍ଗି ରଙ୍ଗ ପାଣି ଥିବା ଗୋଟିଏ ପାଣି ବୋତଲ୍‌ ଓ ନଗଦ ୬ ହଜାର ୮୦ ଟଙ୍କା ଜବତ କରାଯାଇଛି । ଟାଉନ ଥାନା କେସ ନଂ.୧୧୪ ତା.୦୭.୦୩॰୨୦୨୩ରିଖ ଦଫା-୨୭୪/୨୭୫/୧୨୦-ଖ ଭା.ଦ.ଆ ଆଧାରରେ ଅଭିଯୁକ୍ତକୁ ଗତକାଲି ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ବଲାଙ୍ଗିର ଟାଉନ୍‌ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାଏଙ୍କ ଠାରୁ ସୂଚନା ମିଳିଛି ।

jittmm
Leave A Reply

Your email address will not be published.