ଅମଲା ସଂଘ କର୍ମଚାରୀଙ୍କ ଧାରଣା : ସମର୍ଥନ କଲେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ସମୂହ ଛୁଟି ନେଇ ଧାରଣାରେ ବସିଥିବା ମିଳିତ ଅମଲା ମଞ୍ଚ କର୍ମଚାରୀଙ୍କୁ ୯ ଦିନ ବିତି ଯାଇଥିବା ବେଳେ ଗତକାଲି ତାଙ୍କ ଗହଣରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପହଞ୍ଚି ସମର୍ଥନ ଜଣାଇବା ସହ ତାଙ୍କ ଦାବୀ ଉପରେ ଆଲୋଚନା କରି ସରକାରଙ୍କୁ ଯଥାଶୀଘ୍ର ଦାବୀ ଗୁଡ଼ିକୁ ପୁରଣ କରିବା ପାଇଁ ଅନୁରୋଧ କରିଥିଲେ । ରାଜ୍ୟ ସରକାର ୨୦୧୭ ମସିହାଠାରୁ ଅମଲାମାନଙ୍କ ପ୍ରବେଶିକା ଯୋଗ୍ୟତାକୁ ସ୍ମାତକ ସହିତ କମ୍ପ୍ୟୁଟର ଜ୍ଞାନକୁ ବୃଦ୍ଧି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ଦରମା ବୃଦ୍ଧିକୁ ନେଇ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି ତେଣୁ ଏହି ନୀତିକୁ ବିରୋଧ କରି ମିଳିତ ଅମଲା ମଞ୍ଚର କାର୍ଯ୍ୟରତ ଥିବା ସମସ୍ତ ଅମଲା କର୍ମଚାରୀ ଗତ ମେ’ ୨୨ ସୋମବାରଠାରୁ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରିଆସୁଥିବା ବେଳେ ଦରମା ବୃଦ୍ଧିକୁ ନେଇ ପୂର୍ବରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଦାବୀ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଜିଲ୍ଲା ଅମଲା ମଞ୍ଚର ଆହ୍ଵାନ କ୍ରମେ ସାରା ରାଜ୍ୟରେ ଅମଲା ମଞ୍ଚ କର୍ମଚାରୀ ସମୂହ ଛୁଟିରେ ଯିବା ସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି । ତେବେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ସମସ୍ତ ଅମଲା କର୍ମଚାରୀମାନେ ମଧ୍ୟ ସମୂହ ଛୁଟିରେ ରହି ଧାରଣାରେ ବସିଥିବା ବେଳେ ଆଜକୁ ୯ ଦିନ ବିତିଯାଇଛି । ହେଲେ ସରକାର ତାଙ୍କ ଦାବୀ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ ଆଜି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ତାଙ୍କ ଗହଣରେ‌ ପହଞ୍ଚି ତାଙ୍କୁ ଦୃଢ଼ ସମର୍ଥନ କରିବା ସହ ଦାବୀଗୁଡ଼ିକ ସରକାର ଯଥାଶୀଘ୍ର ପୁରଣ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.