ବଲାଙ୍ଗିର, (କେପିଏନ୍ଏସ୍) : ୪୨୦୦ ଗ୍ରେଡ଼୍ ପେ ଦାବୀରେ ବଲାଙ୍ଗିର ଜିଲ୍ଲା ଅମଲା ସଂଘ ଆଜି ନବମ ଦିନରେ ଧାରଣାରେ ବସିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଚାଲିଛି ଘନଘୋର୍ ଆନ୍ଦୋଳନ । ସରକାରଙ୍କ ସହ ଅମଲା ସଂଘର ରାଜ୍ୟସ୍ତରୀୟ ନେତାଙ୍କ ତୁହାକୁ ତୁହା ଆଲୋଚନା ଚାଲିଥିବା ମଧ୍ୟ ସୂଚନା ଦେଇଛନ୍ତି ଅମଲାମାନେ । ରାଜ୍ୟ ସରକାର ଲେଭେଲ୍-୯ ଦରମା ଦାବୀକୁ ମାନି ନେବେ ବୋଲି ବିଶ୍ୱାସ ବି ରହିଛି ଅମଲା ସଂଘର । ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନରୁ ଅମଲା ସଂଘ ଏହି ଦାବୀ କରି ଆସୁଥିବା ବେଳେ ସରକାର ଅଣଦେଖା କରି ଆସୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଅମଲାମାନଙ୍କ ଅନୁପସ୍ଥିତି ଯୋଗୁଁ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ କାମ ଏକ ପ୍ରକାର ଠପ୍ ହୋଇଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ଧାରଣା ଦେବାର ଜିଦ୍ରେ ଅଡ଼ି ବସିଛି ଅମଲା ସଂଘ ।
Next Post