ଅନ୍ୟାୟ ରିଭର୍ଟ ପ୍ରତିବାଦରେ ସପରିବାର ଦେବେ ଧାରଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅନ୍ୟାୟ ରିଭର୍ଟ ପ୍ରତିବାଦରେ ଲୁଚନ ମୁନାଙ୍କ ସପରିବାର ଧାରଣା ଦେବେ ବୋଲି ଲୁଚନ ମୁନା ଡିଏଫ୍‌ଙ୍କୁ ଲିଖିତ ଆକାରରେ ଜଣାଇଛନ୍ତି । ସୂଚନା ଅନୁସାରେ ଝାରବନ୍ଧ କେନ୍ଦୁପତ୍ର ପୂର୍ବ ରେଞ୍ଜ ଚୁହାପାଲିଠାରେ ଲୁଚନ ମୁନା ହେଡ ଚେକର ଭାବରେ କାର୍ଯ୍ୟରତ ଥିଲେ । କେନ୍ଦୁପତ୍ର ସଂସ୍ଥାରେ ଦୀର୍ଘ ୩୬ ବର୍ଷ କାମ କରିଛନ୍ତି । କିନ୍ତୁ କୌଣସି କାରଣ ନ ଥାଇ ବଲାଙ୍ଗିର ସିସିଏଫ୍‌ ଗତ ୨୨/୧୦/୨୦୨୨ରେ ହେଡ ଚେକରରୁ ସର୍କଲ ଚେକର କରିଛନ୍ତି । ଲୁଚନ ମୁନାଙ୍କ କହିବା ଅନୁସାରେ ମୋର କୌଣସି ଦୁର୍ନୀତି କିମ୍ବା କାର୍ଯ୍ୟରେ ଅବହେଳା କରିବା ନଜିର ନାହିଁ । ଯଦି କୌଣସି ଅଭିଯୋଗ ଥିଲେ ତଦନ୍ତ କିମ୍ବା କୈଫିୟତ ତଳବ କରିଥାନ୍ତେ । ଆକ୍ରୋଶ ମନୋଭାବ ରଖି ରିଭର୍ଟ କରିଛନ୍ତି । କିନ୍ତୁ ତତ୍‌କାଳୀନ ଝାରବନ୍ଧ ରେଞ୍ଜର ରୀନା ବନଛୋର ୭୦ ବସ୍ତା କେନ୍ଦୁପତ୍ର ବିକ୍ରି କରିଦେଲେ, ୨୦୧୪-୧୫ରେ ସୋହେଲାରେ କାର୍ଯ୍ୟରତ ଥାଇ ଚପଲ ଓ ବୋନସ ଟଙ୍କା ଖାଇଗଲେ ହେଲେ ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନ କରି ବରଂ ପ୍ରମୋସନ ପାଇଲେ । ମୋ ପରି କର୍ମଠ, ସରଳ ବ୍ୟକ୍ତି ଉପରେ ଦାଉ ସାଧିଛନ୍ତି । ଏହାର କୌଣସି ସମାଧାନ ନ ହେଲେ ଆସନ୍ତା ୧୦ ତାରିଖରୁ ଡିଏଫ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଡିଏଫଓଙ୍କୁ ଲିଖିତ ଜଣାଇଛନ୍ତି ।

Leave A Reply

Your email address will not be published.

error: Content is protected !!