ବକେୟା ପଇସାକୁ ନେଇ ସିଡିଏମ୍‌ଓ ଅଫିସ ଆଗରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ସିଡିଏମ୍‌ଓ କାର୍ଯ୍ୟାଳୟ ଠାରେ ବେସରକାରୀ ଆମ୍ବୁଲାନ୍ସ ଗୁଡିକ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ମସିହାରେ କରୋନା ସମୟରେ ରୋଗୀ ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ନେବା ଆଣିବା କରିବାରେ ନିୟୋଜିତ ଥିଲେ । ତେବେ ୨୦୨୧ ମସିହାରେ କାମ କରିଥିବା ୭ଟି ଆମ୍ବୁଲାନ୍ସର ୭ରୁ ୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଏହାକୁ ନେଇ ବହୁବାର ଜିଲ୍ଲାପାଳ ଓ ସିଡିଏମ୍‌ଓ ଅଫିସ ଆଗରେ ଆନ୍ଦୋଳନ କରିଛନ୍ତି ଆମ୍ବୁଲାନ୍ସ କର୍ମଚାରୀ ମାନେ । ହେଲେ କିଛି ଫଳ ମିଳି ନଥିବା ବେଳେ ଗତକାଲି ନୂଆ ଢଙ୍ଗରେ ସିଡିଏମ୍‌ଓ ଅଫିସ ଆଗରେ ସାଇରନ୍‌ ବଜାଇ ନିଜର ବକେୟା ପଇସା ଦେବାକୁ ଆମ୍ବୁଲାନ୍ସ କର୍ମଚାରୀମାନେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.