ls

କୋର୍ଟରେ ରହିଛି ଛାଡ଼ପତ୍ର ମାମଲା : ସ୍ୱାମୀଙ୍କ ଘର ସାମ୍ନାରେ ପତ୍ନୀଙ୍କ ଧାରଣା

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀଙ୍କ ଘର ସାମ୍ନାରେ ଶିଶୁପୁତ୍ରକୁ ଧରି ପତ୍ନୀଙ୍କ ଧାରଣା ଦେଇଥିବା ବେଳେ କୋର୍ଟରେ ଛାଡ଼ପତ୍ର ମାମଲା ଚାଲିଥିବା ଜଣାପଡ଼ିଛି । ଟିକ୍ରପଡାରେ ନ୍ୟାୟ ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପତ୍ନୀ ଲୋପାମୁଦ୍ରା ମିଶ୍ର । ସୂଚନା ଅନୁସାରେ, ଟିକ୍ରପଡାରେ ବାସୁଦେବ ମିଶ୍ର ଓ ତାଙ୍କ ସ୍ତ୍ରୀ ଲୋପାମୁଦ୍ରାଙ୍କ ମଧ୍ୟରେ ୨୦୧୮ ମସିହାରେ କୌଣସି କାରଣକୁ ନେଇ ବିବାଦ ଦେଖାଦେଇଥିଲା ଓ ଏହାପରେ ଲୋପାମୁଦ୍ରା ନିଜ ବାପ ଘର ସମ୍ବଲପୁରକୁ ଯାଇଥିଲେ । ଏବେ ଛାଡପତ୍ର ପାଇଁ କୋର୍ଟରେ ମାମଲା ଚାଲିଛି । ଏହି ସମୟରେ ହଠାତ ସ୍ୱାମୀଙ୍କ ଘର ଆଗରେ ଧାରଣା ଦେବା ଆରମ୍ଭ କରିଛନ୍ତି ଲୋପାମୁଦ୍ରା । ଲୋପାମୁଦ୍ରା ସମ୍ବଲପୁରରୁ ଆସି ଗତ କିଛି ମାସ ହେଲା ବଲାଙ୍ଗିରରେ ରହୁଥିଲେ । ଘର ମାଲିକ ଘରୁ ବାହାର କରିଦେବାରୁ ସ୍ୱାମୀଙ୍କ ସହିତ ରହିବା ପାଇଁ ଜିଦ୍‌ କରି ଲୋପାମୁଦ୍ରା ଧାରଣାରେ ବସିଥିବା ଦେଖିବାକୁ ମିଳିଛି । ସଖୀ ସେଂଟର ପକ୍ଷରୁ ମାମଲାର ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ବି ଏହା ବିଫଳ ହୋଇଥିବା ଜଣାପଡ଼ିଛି । ସାଙ୍ଗରେ ଏକ ସାତ ବର୍ଷର ପୁଅକୁ ଧରି ରାତିସାରା ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତ ଲୋପାମୁଦ୍ରା ।

pc pk
Leave A Reply

Your email address will not be published.