om academy

କର୍ଲାମୁଣ୍ଡା ବ୍ଲକର ବିପିସି ରୁଦ୍ର ପ୍ରସାଦ ସାହୁଙ୍କୁ ଗିରଫ ଓ ବହିଷ୍କାର ଦାବୀରେ ବ୍ଲକ ସମ୍ମୁଖରେ ଧାରଣା

jsm

କର୍ଲାମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବ୍ଲକ ପୋଗ୍ରାମ କୋଡିନେଟର (ବିପିସି)ରୁଦ୍ର ପ୍ରସାଦ ସାହୁଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ । ସେ ହିତାଧିକାରୀମାନଙ୍କ ଆବାସ ଯୋଜନାର ଟଙ୍କା ଆତ୍ମସାତ କରିବା, ବିନା ଲାଞ୍ଚରେ ବୋନସ ଟଙ୍କା ନ ଦେବା, ଯୋଗ୍ୟ ହିତାଧିକାରୀମାନଙ୍କ ନାମ ତାଲିକାରୁ ଡିଲିଟ କରିଦେବା ପରି ଭୟଙ୍କର କାମ କରୁଛନ୍ତି, ତାଙ୍କ ନାମରେ ଯେତେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଘଣ୍ଟ ଘୋଡାଉ ଥିବା ଅଭିଯୋଗ ହେଉଛି । କେଉଁ ରାଜନେତାଙ୍କ ଛତ୍ରଛାୟା ତଳେ ରହି ସେ ଦୁର୍ନୀତିର ବାରୂଦଗଦାରେ ଠିଆ ହୋଇଛନ୍ତି ବୋଲି ପ୍ରଶ୍ନ ଉଠୁଛି । ବିପିସି ରୁଦ୍ରପ୍ରସାଦଙ୍କ ବିରୁଦ୍ଧରେ ଏଫ୍‌ଆଇଆର ରୁଜୁ କରାଯାଇ ଗିରଫ କରିବା ସହ ତାଙ୍କୁ ଚାକିରିରୁ ତୁରନ୍ତ ବହିଷ୍କାର କରିବା ଦାବୀରେ ଆଜି ବ୍ଲକ ସମ୍ମୁଖରେ ସାମାଜିକ କର୍ମୀ ସୁରେଶ ଚୌଧୁରୀ ଓ ନନ୍ଦୀକିଶୋର ଭୋଇଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକ ମାନେ ଧାରଣାରେ ବସିଛନ୍ତି । ଦାବୀ ପୂରଣ ନ ହେଲା ଯାଏ ଧାରଣା ଜାରି ରହିବ ବୋଲି ସେମାନେ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଜିଲ୍ଲପାଳ ବିପିସିଙ୍କୁ ତରବରିଆ ଭାବେ ଅନ୍ୟ ବ୍ଲକକୁ ବଦଳି ଆଦେଶ ଦେଇଛନ୍ତି କିନ୍ତୁ ବଦଳି ନୁହଁ ବହିଷ୍କାର କରାଯାଉ ବୋଲି ସ୍ଥାନୀୟ ଜନତା ଅଡ଼ି ବସିଛନ୍ତି । ଏହି ମର୍ମରେ ଧାରଣାରତ ଆନ୍ଦୋଳନକାରୀ ମାନେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ତଥା ତହସିଲଦାରଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଧାରଣାରେ ଜଗନ୍ନାଥ ଚୌଧୁରୀ, ନବୀନ କିଶୋର ସାହୁ, ଭକ୍ତ ସାହୁ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.