ସଙ୍ଗରୋଧ କେନ୍ଦ୍ରରେ ଖର୍ଚ୍ଚ ବକେୟା ଟଙ୍କା ମିଳୁନି : ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣ ଦେଲେ ବ୍ଲକ ସରପଞ୍ଚ ସଂଘ

ବେଲପଡା, (କରୁଣାକର ବୁଡେକ) : ବେଲପଡା ବ୍ଲକର ସରପଞ୍ଚ ମାନେ ଗତକାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହାସହ ଏକ ୪ଦଫା ଦାବୀପତ୍ର ବିଡିଓ ଭିକ୍ଟର ସୋରେଙ୍ଗଙ୍କୁ ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନା ମତେ ବେଲପଡା ବ୍ଲକରେ କରୋନା ମହାମାରୀ ସମୟରେ ଖୋଲା ଯାଇଥିବା ସଂଙ୍ଗରୋଧ କେନ୍ଦ୍ର ମାନଙ୍କରେ ଖର୍ଚ୍ଚ ହୋଇଥିବା ଟଙ୍କା ଆଜି ପର୍ଯ୍ୟନ୍ତ ମିଳିନାହିଁ । ଅନ୍ୟ ବ୍ଲକର ସରପଞ୍ଚ ମାନେ ବକେୟା ଅର୍ଥ ପାଇଥିବା ବେଳେ ବେଲପଡା ବ୍ଲକରେ ଏପରି କାହିଁକି ହେଉଛି ବୋଲି ସରପଞ୍ଚ ମାନେ ପ୍ରଶ୍ନ କରିଛନ୍ତି । ଏହାସହ ବେଲପଡା ଏକ ଦାଦନ ପ୍ରବଣ ଅଞ୍ଚଳ ସତ୍ୱେ ଏଠାକାର ଲୋକମାନେ ଆବସ ଘର ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଉ ନାହିଁ । ଏପରିକି ରାସନ କାର୍ଡରେ ବିଭିନ୍ନ ସମସ୍ୟା ଦେଖାଇ ଖାଉଟି ମାନଙ୍କୁ ରାସନ ସାମଗ୍ରୀ ମଧ୍ୟ ଦିଆଯାଉନଥିବା ଜଣାପଡିଛି ଏହାର ପ୍ରତିବାଦ କରି ବେଲପଡା ସରପଞ୍ଚ ସଂଘ ତରଫରୁ ବ୍ଲକ ଅଫିସ ଆଗରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଘଟଣାସ୍ଥଳକୁ ବେଲପଡା ବିଡିଓ ଆସି ବୁଝାସୁଝା ପରେ ସରପଞ୍ଚ ମାନେ ଧାରଣାରୁ ଓହରିଥିବା ଜଣାପଡିଛି । ଏଥିରେ ସରପଞ୍ଚ ଦିବାକର ନାଏକ, ଭିମସେନ ମେହେର, ଯମୁନା ରଣା, ସସ୍ମିତା ଖମାରୀ, ପଦ୍ମାବତୀ ବାଗ, ବେଦମତି ରଣା ସହିତ ଅନ୍ୟମାନେ ଉପସ୍ଥିତ ରହି ଏହାର ସାମାଧାନ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଥିଲେ ।

Leave A Reply

Your email address will not be published.