ppurohit

କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଂଚ ପକ୍ଷରୁ ସାଧାରଣ ଧର୍ମଘଟ

2nd

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ର ବିଜେପି ସରକାରଙ୍କ ଜନବିରୋଧି, ଶ୍ରମିକ, କୃଷକ ବିରୋଧି ନୀତି ବିରୁଦ୍ଧରେ ଦେଶର ୧୦ଟି କେନ୍ଦ୍ରିୟ ଶ୍ରମିକ ସଂଗଠନ ଓ ଫେଡେରେସନ ଆସୋସିଏସନ ଆହ୍ୱାନରେ ଦେଶ ବ୍ୟାପୀ ସାଧାରଣ ଧର୍ମଘଟ ଉପଲକ୍ଷେ ଆଜି ଏଆଟିୟୁସି, ଏଆଇୟୁଟିୟୁସି, ଆଇଏନ୍‌ଟିୟୁସି, ସିଟୁ ମିିଳିତ ମଂଚ ପକ୍ଷରୁ ଆଇନ ମହାବିଦ୍ୟାଳୟ ସମ୍ମୁଖରୁ ଏକ ବିରାଟ ର‍୍ୟାଲିରେ ଯାଇ ଭାଗରଥି ଛକ ମଧ୍ୟ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶ୍ରମିକ କର୍ମଚାରୀ ବିରୋଧି ୪ଟି ଶ୍ରମ କୋଡ ବାତିଲ, ଦୈନିକ କାର୍ଯ୍ୟ ଦିବସ ୮ ଘଣ୍ଟା କରିବା, ବିଦ୍ୟୁତ ସଂଶୋଧନ ବିଲ ୨୦୨୨ ପ୍ରତ୍ୟାହାର, ଏମ୍‌ଏସ୍‌ପିକୁ ଆଇନ ମାନ୍ୟତା, ସ୍କିମ ୱାର୍କର ଯଥା ଆଶା, ପାଳିକା ସହାୟିକା, ଅଙ୍ଗନୱାଡି କର୍ମୀ, ଉଦ୍ୟାନ ସାଥୀ ଓ ଗ୍ରାମ ପଂଚାୟତ ଶ୍ରମିକଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସର୍ବନିମ୍ନ ମଜୁରୀ ମାସିକ ୨୬ହଜାର ଟଙ୍କା, ପୁରୁଣା ପେନସନ ଲାଗୁ କରିବା, ରାଷ୍ଟ୍ରୀୟ ଉଦ୍ୟୋଗରେ ଘରୋଇ କରଣ ବନ୍ଦ, ଦରବୃଦ୍ଧି ବନ୍ଦ, କର୍ପୋରେଟ ଟିକସ ବୃଦ୍ଧି, ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଭାରତୀୟ ଶ୍ରମ ସମ୍ମିଳନୀ ଅନୁଷ୍ଠିତ କରାଯାଇ ତୁରନ୍ତ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ କରିବା ଆଦି ୧୭ ଦଫା ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା । ଆଜିର ଧର୍ମଘଟରେ ଆଇଏନ୍‌ଟିୟୁସି ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ଏଆଇଟିୟୁସି ଜିଲ୍ଲା ସଭାପତି ତୀର୍ଥ ପଧାନ, ଏଆଇୟୁଟିୟୁସି ଜିଲ୍ଲା ସଂଯୋଜକ ସୁନିଲ କୁମାର ଭୋଇ, ସିଟୁ ସଂଯୋଜକ ଅନିରୁଦ୍ଧ ମହାପାତ୍ର, ଆଇଏନ୍‌ଟିୟୁସି ଜିଲ୍ଲା ସଂପାଦକ ବିଦ୍ୟା ଚରଣ ସୁନା, ଏଆଇଟିୟୁସି ସହ ସଂପାଦକ ସାଏବୁ ନନ୍ଦ, ୟୁଟିୟୁବି ସଂଯୋଜକ ବିଭୁଦତ୍ତ ମିଶ୍ର, ନିଖିଳ ଓଡିଶା ଆଶା କର୍ମୀ ଜିଲ୍ଲା ସଂପାଦିକା ଓମି ଗୁପ୍ତା, ବଲାଙ୍ଗି ବ୍ଲକ ସଭାପତି ମମତା ବାଗ, ସଂପାଦିକା ବାସନ୍ତି ସେଠ, ଲୋଇସିଂହା ବ୍ଲକ ସଭାପତି ମାଧବି ବେହେରା, ସଂପାଦିକା କଲ୍ୟାଣି ସାହୁ, ବଲାଙ୍ଗିର ସହରାଂଚଳ ସଭାପତି ଦମୟନ୍ତି ମହାନନ୍ଦ, ସଂପାଦକ ପ୍ରଭାସିନି ରାଏ, ଉପସଭାପତି ସଂଜୁ ବାଗ, ନିଖିଳ ଓଡିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ଜିଲ୍ଲା ସଂପାଦିକା ମାଧବୀ କଲତା, ସଭାପତି ପାଣ୍ଡବ ଭୋଇ, ଓଡିଶା ନିର୍ମାଣ ଶ୍ରମିକ ସଂଘ ଜିଲ୍ଲା ସଭାପତି ଗୋପାଳ ଭୋଇ, ଅର୍ଜୁନ ଖେର୍ସେଲ, କମଲ ଲୋଚନ ଭୋଇ, ଓଡିଶା ଫରେଷ୍ଟ ଉଡ୍‌ ନିର୍ମାଣ ସଂଘ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା, ବନିତା ପଟେଲ, ପୁରୁଷୋତ୍ତମ କର୍ମୀ, ନିଖିଳ ଓଡିଶା ଗ୍ରାମ ପଂଚାୟତ ରାଜ୍ୟ ସଂପାଦକ ବିଦୂର କୁମ୍ଭାର, ଜିଲ୍ଲା ସଂପାଦକ ଶ୍ୟାମ ପୁଟେଲ, ବନିତା ସାହୁ, ପଦ୍ମାବତି ସା, ମିନାକ୍ଷି ଜେନା, ପଦ୍ମାବତୀ ଥପା, ସଂଯୁକ୍ତା ବେହେରା, ମୁକ୍ତା ଉଦୁରକୁଲିଆ, ମହେନ୍ଦ୍ରୀ ସାହୁ, ସଂଯୁକ୍ତା କାଲସାଏ, ସୀତା ହୋତା, ସୁରୁଚି ମିଶ୍ର, ବିଳାସିନି ବାରିକ, ଆଶା ଦିପ, ସୁଜାତା ବିଶ୍ୱାଲ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.